ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୨୩/୦୧: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ କରିଥିବା ପ୍ରତିଯୋଗୀତାଙ୍କ ଓ୍ବାର୍ଡ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ପଦବୀ ସକାଶେ ହିଞ୍ଜିଳିକାଟୁ ବ୍ଲକ ଏବଂ ୨୧ଟି ପଞ୍ଚାୟତ କାର୍ଯାଳୟରେ ଯାଞ୍ଚ ପ୍ରକିୟା ହୋଇଯାଇଛି। ପ୍ରତି ପଞ୍ଚାୟତରେ ନିୟୋଜିତ ଥିବା ନୋଡ଼ାଲ ଅଫିସର ଏବଂ ସହଯୋଗୀ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟ ଯାଞ୍ଚ ପ୍ରକିୟା ଆରମ୍ଭ କରିଥିଲା ବେଳେ ହିଞ୍ଜିଳି ପଞ୍ଚାୟତ ନିର୍ବାଚନ ଅଧିକାରୀ ସମିତିସଭ୍ଯଙ୍କ ସ୍ଥାନୀୟ ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ଥିବା ବୈଠକ ଗୃହରେ ସମସ୍ତ ପ୍ରତିଦ୍ବନ୍ଦିତାଙ୍କ ଶନିବାର ଯାଞ୍ଚ ହୋଇଯାଇଛି । ସମୁଦାୟ ନାମାଙ୍କନ ଦାଖଲ କରିଥିବା ୪୬୫ ଓ୍ବାର୍ଡ ସଭ୍ୟଙ୍କ ମଧ୍ୟରୁ ୧ଜଣ ଆଶାୟୀ ଙ୍କ ନାମାଙ୍କନ ପତ୍ର ନାକଚରେ ୪୬୪ ଜଣଙ୍କ କାଏମ ରହିଛି । ସରପଞ୍ଚ ପଦବୀ ସକାଶେ ନାମାଙ୍କନ ଦାଖଲ କରିଥିବା ୧୦୧ ଜଣ ଆଶାୟୀଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇ ୯୯ଜଣଙ୍କ କାଏମ ରହିଛି । ସେହିପରି ସମିତି ସଭ୍ୟ ସକାଶେ ୭୧ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ୩ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇ ୬୮ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି ।
ହିଞ୍ଜିଳିକାଟୁ ବ୍ଲକ୍ ର ବଡଖଣ୍ଡି ପଞ୍ଚାୟତ ସକାଶେ ୨୨ ଓ୍ବାର୍ଡ ସଭ୍ୟ, ୪ସରପଞ୍ଚ ଓ ୩ ସମିତି ସଭ୍ୟ । ବେଲଗାଁରେ ୧୬ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୪ ସମିତି ସଭ୍ୟ । ଭାବନ୍ଧରେ ୧୪ ଓ୍ବାର୍ଡ ସଭ୍ୟ, ୨ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ବୁରୁପୋଡାରେ ୩୭ ଓ୍ବାର୍ଡ ସଭ୍ୟ, ୩ ସରପଞ୍ଚ ଓ ୪ ସମିତି ସଭ୍ୟ । ଚାନ୍ଦୁଲିରେ ୧୪ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୮ ସମିତି ସଭ୍ୟ । ଦାରୁଭଦ୍ରାରେ ୧୭ ଓ୍ବାର୍ଡ ସଭ୍ୟ, ୩ ସରପଞ୍ଚ ଓ ୧ ସମିତି ସଭ୍ୟ । ଦୟାପଲ୍ଲୀରେ ୧୬ ଓ୍ବାର୍ଡ ସଭ୍ୟ, ୩ ସରପଞ୍ଚ ଓ ୮ ସମିତି ସଭ୍ୟ । ଧୋବାଡିରେ ୧୧ ଓ୍ବାର୍ଡ ସଭ୍ୟ, ୨ ସରପଞ୍ଚ ଓ ୫ ସମିତି ସଭ୍ୟ । ଦୁର୍ବନ୍ଧ ୪୯ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୩ ସମିତି ସଭ୍ୟ । ଗଣ୍ଡଳାରେ ୨୩ ଓ୍ବାର୍ଡ ସଭ୍ୟ, ୪ ସରପଞ୍ଚ ଓ ୫ ସମିତି ସଭ୍ୟ । କଞ୍ଚୁରୁରେ ୨୧ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୧ ସମିତି ସଭ୍ୟ । ଖରିଡାରେ ୨୧ ଓ୍ବାର୍ଡ ସଭ୍ୟ, ୯ ସରପଞ୍ଚ ଓ ୫ ସମିତି ସଭ୍ୟ । ମକରଝୋଳରେ ୨୨ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୩ ସମିତି ସଭ୍ୟ । ନନ୍ଦିକରେ ୨୦ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୨ ସମିତି ସଭ୍ୟ । ପୋଚିଲିମାରେ ୧୩ ଓ୍ବାର୍ଡ ସଭ୍ୟ, ୧ ସରପଞ୍ଚ ଓ ୨ ସମିତି ସଭ୍ୟ । ପୁଟିଆପଦରରେ ୨୨ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୧ ସମିତି ସଭ୍ୟ । ରାଳବରେ ୨୯ ଓ୍ବାର୍ଡ ସଭ୍ୟ, ୪ ସରପଞ୍ଚ ଓ ୪ ସମିତି ସଭ୍ୟ । ଶାସନ ଆମ୍ବଗାଁ ରେ ୨୭ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୪ ସମିତି ସଭ୍ୟ । ସାହାପୁରରେ ୨୩ ଓ୍ବାର୍ଡ ସଭ୍ୟ, ୧ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ସାରୁରେ ୨୨ ଓ୍ବାର୍ଡ ସଭ୍ୟ, ୯ ସରପଞ୍ଚ ଓ ୨ ସମିତି ସଭ୍ୟ । ଶିକିରିରେ ୨୫ ଓ୍ବାର୍ଡ ସଭ୍ୟ, ୧୦ ସରପଞ୍ଚ ଓ ୧ ସମିତି ସଭ୍ୟ ଥିବା ହିଞ୍ଜିଳି ବ୍ଳକ ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନା ସୁଚନା ପ୍ରକାଶ କରିଛନ୍ତି ।
ରିପୋର୍ଟ :-ରଂଜିତ କୁମାର ପୋଲାଇ