ବରୀ(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକରେ ସ୍ୱଚ୍ଛତା ରଥର ଶୁଭାରମ୍ଭ କରାଯାଇଛି ଶୁକ୍ରବାର ପୂର୍ବାହ୍ନରେ ବରୀ ବ୍ଲକ ଭାରପ୍ରାପ୍ତ ବି ଡ଼ି ଓ ମାନସ ରଞ୍ଜନ ଭୋଇଙ୍କ ଉପସ୍ଥିତିରେ ଚନ୍ଦନପୁର ପଂଚାୟତରେ ସ୍ୱଚ୍ଛତା ରଥର ଶୁଭାରମ୍ଭ କରାଯାଇଛି l ଦୁଇ ଗୋଟି ସ୍ୱଚ୍ଛତା ରଥ ପଞ୍ଚାୟତର ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରା ଯାଇଥିଲା ଗୋଟିଏ ରଥରେ ମାଟିରେ ମିସୁ ନଥିବା ବର୍ଜ୍ୟବସ୍ତୁ ଯଥା ପଲିଥିନ, ଜରି, ପ୍ଲାଷ୍ଟକ ବୋତଲ ପ୍ରଭୃତି ଜିନିଷକୁ ସଂଗ୍ରହ କରାଯାଉଥିବା ବେଳେ ଦ୍ୱିତୀୟ ରଥରେ ବିପଦ୍ଜନକ ବସ୍ତୁ ଯଥା ଇଞ୍ଜେକ୍ସନ ସିରିଞ୍ଜ, ଛୁଞ୍ଚି, କାଚ ବୋତଲ ଇଲେକ୍ଟ୍ରି ଓ ଇଲୋକ୍ଟ୍ରୋନିକ ସାମଗ୍ରୀ ପ୍ରଭୃତି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ନିକଟସ୍ଥ ଅସ୍ଥାୟୀ ପୃଥକୀକରଣ ଗୃହରେ ଜମା କରାଯିବ l ଉକ୍ତ ପଂଚାୟତରେ ଏହି ସ୍ୱଚ୍ଛତା ରଥକୁ ମା ସାରଳା ସ୍ୱୟଂ ସହାୟିକା ଗୋଷ୍ଠୀର ବାସନ୍ତୀ ଯେନା ଓ କବିତା ଯେନା ପ୍ରମୁଖଙ୍କୁ ଚଳାଇବା ପାଇଁ ଦାୟିତ୍ୱ ଦିଆଯାଇଛି l ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବ୍ଲକ ଭାରପ୍ରାପ୍ତ ବି ଡ଼ି ଓ ମାନସ ରଞ୍ଜନ ଭୋଇ, ଉଦଘାଟିକା ଚନ୍ଦନପୁର ସରପଞ୍ଚ ଚପଳା ମଲ୍ଲ,ଜେ ଇ ବିଭୁତି ଭୂଷଣ ପଣ୍ଡା, ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ ମୁଣ୍ଡା, ବି ପି ଓ ଚିନ୍ମୟୀ ସାହୁ, ସରପଞ୍ଚଙ୍କ ପ୍ରତିନିଧି ମନୋଜ ମଲ୍ଲ, ସମାଜସେବୀ ସତ୍ୟରଞ୍ଜନ କର, ଅଜୟ ମଲ୍ଲ ପ୍ରମୁଖ ଯୋଗଦେଇଥିଲେ
Related Stories
December 9, 2024
December 1, 2024