ବରୀ(ରତ୍ନଗିରି ନ୍ୟୁଜ) 16/01:- ବିଜେଡି ଶୃଙ୍ଖଳିତ ଦଳ ଏଥିରେ ବିଶୃଙ୍ଖଳ ବ୍ୟକ୍ତିଙ୍କର ସ୍ଥାନ ନାହିଁ । ନିର୍ବାଚନରେ ଲଢିବା ପାଇଁ ଅନେକ ଆଶାୟୀ ପ୍ରାଥୀଙ୍କ ଅଛନ୍ତି । ତେବେ ସମସ୍ତଙ୍କୁ ଦଳିୟ ପ୍ରାଥୀ ଭାବେ ମନୋନୀତ କରିବା ସମ୍ଭବପର ନୁହେଁ । ତେଣୁ ଯେଉଁମାନଙ୍କୁ ପ୍ରାଥୀ କରାଯାଇଛି ସେମାନଙ୍କୁ ପୁର୍ଣ୍ଣମାତ୍ରାରେ ସମର୍ଥନ କରି ଜିତାଇବା ସହ ବରୀ ପଞ୍ଚାୟତ ସମିତି ଦଖଲ କରିବା ଆମର ପ୍ରାଥମିକତା ହେବା ଉଚିତ । ମନ ଭିତରେ କୌଣସି ଦ୍ୱନ୍ଦ ନରଖି ଆମ ପ୍ରାଥୀଙ୍କୁ ଜିତାଇବା ଦାୟିତ୍ୱ ସମସ୍ତଙ୍କର ବୋଲି ବରୀ ପଞ୍ଚାୟତ ସମିତି ଅଧିନସ୍ଥ ପଞ୍ଚାୟତ ଗୁଡିକର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ନାମ ଘୋଷଣା ଅବସରରେ ବରୀ ବିଧାୟିକା ସୁନନ୍ଦା ଦାସ ଏହା କହିଛନ୍ତି ।
ଢିହବାରିଙ୍ଗିସ୍ଥିତି ମା ଧାନଖାଇ ଠାକୁରାଣୀଙ୍କ ପୀଠରେ ଆଜି ବରୀ ବ୍ଲକ୍ ବିଜେଡି ପକ୍ଷରୁ ପ୍ରାଥୀଙ୍କ ନାମ ଘୋଷଣା ନେଇ ବ୍ଲକ୍ ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ନିର୍ବାଚନ ମଣ୍ଡଳୀ ଯୁବ ଜନତା ଦଳ ସଭାପତି ତଥା ୨୧ ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବ୍ଲକ୍ ଯୁବ ସଭାପତି ରଂଜନ କୁମାର ପଣ୍ଡା, ଆର୍ତ୍ତବନ୍ଧୁ ସାମଲ, ବିଜୟ କୁମାର ନାୟକ, ଅରବିନ୍ଦ ମହାନ୍ତି, ଦୁସ୍ମନ୍ତ ସେଠୀ, ନିର୍ମଳ କୁମାର ରାଉତ, ସଦିଚ୍ଛା ପ୍ରସାଦ ସାମଲ, ପ୍ରମୋଦ ସାମଲ, ରମାକାନ୍ତ ମଳିକ ପ୍ରମୁଖ ଯୋଗଦେଇ ଦଳୀୟ ଏକତାବୃଦ୍ଧି ସାଙ୍ଗକୁ କିଭଳି ଭାବେ ସବୁ ପଞ୍ଚାୟତର ପ୍ରାଥୀ ବିଜୟୀ ହେବେ ସେଥିପାଇଁ ଦଳର ନିଷ୍ପତ୍ତିକୁ ଗ୍ରହଣ କରି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ବ୍ଲକ୍ ବିଜେଡି ସଭାପତି କେଦାର ସାମଲ ସମସ୍ତ ୨୯ ପଞ୍ଚାୟତ ପାଇଁ ସମିତିସଭ୍ୟ ଏବଂ ଅଙ୍ଗାଳୋ, ଅଲିପୁର, ଅମଠପୁର, ଧାରପୁର ଓ ଗୋଳକୁଣ୍ଡକୁ ଛାଡି ଅନ୍ୟ ୨୪ଟି ପଞ୍ଚାୟତ ପାଇଁ ସରପଞ୍ଚଙ୍କ ନାମ ଘୋଷଣା କରିଥିଲେ । ଶେଷରେ ସମସ୍ତ ଦଳୀୟ ପ୍ରାର୍ôଥଙ୍କୁ ବିଧାୟିକା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସେମାନଙ୍କ ବିଜୟ କାମନା କରିଥିଲେ ।
ସମିତିସଭ୍ୟ ଭାବେ ସ୍ୱପ୍ନାରାଣୀ ସେଠୀ(ଅଙ୍ଗାଳୋ), ରମେଶ ସାହୁ(ଅନ୍ୟାସୀପୁର), ରମେଶ ଚନ୍ଦ୍ର ବେହେରା(ଅଲିପୁର), ରୀତାରାଣୀ ଜେନା(ଅଟୀରା), ମଞ୍ଜୁଲତା ମଲିକ(ଅରଙ୍ଗାବାଦ), ସୂଜାତା ମହାନ୍ତି(ଅମଠପୁର), ସୁଧାଂଶୁବାଳା ସାମଲ(ବାଲିବିଲ), ଶରତ ଚନ୍ଦ୍ର ପଢିହାରୀ(ବରୀ), ପଦ୍ମିନୀ ସ୍ୱାଇଁ(ବାଇଁଶିରିଆ), ତନୁଜାରାଣୀ ତ୍ରିପାଠୀ(ଭଅଁରା), ଇନ୍ଦ୍ରଜିତ ଧଳ(ବୋଦୁଅ), ମାନସୀ ଦାସ(ବାଲିଆ), ମାମିନା ଘଡାଇ(ଚନ୍ଦନପୁର), ଶ୍ରୀଧର ସେଠୀ(ଧାରପୁର), ଲୋପାମୁଦ୍ରା ନାୟକ(ଗମୁ), ପ୍ରିୟଙ୍କା ମଲିକ(ଗୋଳକୁଣ୍ଡ), ଚିନ୍ତାମଣୀ ଜେନା(ଇଶାଣପୁର), ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ(କଳାମାଟିଆ), କାବେରୀ ମାଝୀ(କିମ୍ଭିରିଆପାଳ), ଗୌରାଙ୍ଗ ଚରଣ ପରିଡା(ମଧୁସୁଧନପୁର), ସଂଗ୍ରାମ କେଶରୀ ସାମଲ(ମହାକାଳପଡା),ନିହାର ରଂଜନ (ମନ୍ଦାରୀ), ରଶ୍ମିତା ରାୟ( ରତଳାଙ୍ଗ), ଜ୍ୟୋତ୍ରିମୟୀ ବେହେରା(ରମ୍ପା), ସବିତା ସେଠୀ(ରତ୍ନଗିରି), ସୁଧାଂଶୁ ଶେଖର ମଲିକ(ସେରପୁର), ସୁଭ୍ରଦା ଜେନା(ସାହୁପଡା), ସୁପ୍ରଭା ନାୟକ(ସ୍ୱାଇଁଖଣ୍ଡ), ନିର୍ଝରିଣୀ ସାମଲ(ଉଦୟନାଥପୁର) ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି ।
ସେହିପରି ସରପଞ୍ଚ ଭାବେ ସଶ୍ମିତା କୁଣ୍ଡୁ(ଅନ୍ୟାସୀପୁର), କୌଳାସ ଚନ୍ଦ୍ର ମଲିକ(ଅଟୀରା), ଶୈଳବାଳା ଜେନା(ଅରଙ୍ଗାବାଦ), ସୋନାଲୀପ୍ରଭା ରାଉତ(ବାଲିବିଲ), ସୋନାଲି ସିଂ(ବରୀ), ସୁଶାନ୍ତ ଦାସ(ବାଇଁଶିରିଆ), ପ୍ରଭାତି ପଲେଇ(ଭଅଁରା), ସଂଗ୍ରାମ ଧଳ( ବୋଦୁଅ), ରେବତୀ ଜେନା(ବାଲିଆ), କବିତା ସାମଲ(ଚନ୍ଦନପୁର), ଜଗଦିଶ୍ ଜେନା (ଗମୁ), ମାମିନା ଦାସ(ଇଶାଣପୁର), ରଶ୍ମିତା ପରିଡା(କଳାମାଟିଆ), ହରପ୍ରିୟା ସାହୁ(କିମ୍ଭିରିଆପାଳ), ପ୍ରମୋଦ କୁମାର ସାମଲ(ମଧୁସୁଧନପୁର), ପ୍ରଜ୍ଞାପରମିତା ପରିଡା (ମହାକାଳପଡା), ହରିହର ପଣ୍ଡା(ମନ୍ଦାରୀ), ସୁଲୋଚନା ସାମଲ( ରତଳାଙ୍ଗ), ମାନସ ଜେନା(ରମ୍ପା), ସରୋଜିନୀ ମଲିକ(ରତ୍ନଗିରି), ପ୍ରେମଲତା ମଲିକ(ସେରପୁର), ଅଜିତ କୁମାର ଜେନା(ସାହୁପଡା), ଶଙ୍କର୍ଷଣ ସ୍ୱାଇଁ(ସ୍ୱାଇଁଖଣ୍ଡ), ବିଚିତ୍ରାନନ୍ଦ ମହାକୁଡ(ଉଦୟନାଥପୁର)ଙ୍କୁ ଦଳୀୟ ପ୍ରାଥୀ କରାଯାଇଛି ।