ଭୁବନେଶ୍ବର(ରତ୍ନଗିରି ନ୍ୟୁଜ):-ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଟିକାର ଅଭାବ ରହିଥିବାରୁ ୧୧ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ଜୁନ୍ ମାସ ପାଇଁ ଆବଶ୍ୟକ ଥିବା କୋଭିସିଲ୍ଡ ଟିକା ନଥିବାରୁ ରାଜ୍ୟବାସୀଙ୍କୁ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।
ଆଜି ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲା ଗୁଡ଼ିକରେ ଟିକାକରଣକୁ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଛି। ରାଜ୍ୟରେ କେବଳ ୨୧୦ଟି କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଜୁନ୍ ୨୧ ପରେ ଆଜି ସବୁଠୁ କମ୍ ଟିକା ଦିଆଯିବ । ରାଜ୍ୟରେ କୋଭିସିଲ୍ଡ ଟିକା ମହଜୁଦ ନଥିବାରୁ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୩୮ ହଜାର ୩୮୦ ଡୋଜ୍ କୋଭିସିଲ୍ଡ ଟିକା ରହିଥିବାବେଳେ ଜୁଲାଇ ୨ ତାରିଖରେ ରାଜ୍ୟକୁ ଅଧିକ ମାତ୍ରାରେ କୋଭିସିଲ୍ଡ ଟିକା ମିଳିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।