ବରୀ(ରତ୍ନଗିରି) :-ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ମରଣାତ୍ମକ ଆକ୍ରମଣକୁ ତିବ୍ର ଭାବରେ ନିନ୍ଦା କରିବା ସହ ବିଞ୍ଝାରପୁର ଘଟଣାରେ ସମୃକ୍ତ ଦୋଷୀମାନଙ୍କୁ ଗିରଫ ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ସାମ୍ବାଦିକ ସଂଘ ବରୀ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଯାଜପୁରଙ୍କୁ ବରୀ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ବରୀ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ସ୍ଥାନୀୟ ଜାଗୁଳାଇ ମଣ୍ଡପଠାରେ ସାମ୍ବାଦିକ ସଂଘ ବରୀର ସଭାପତି ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଜୟ କୁମାର ଜେନା, ପଦ୍ମନାଭ ଜେନା, ବାଞ୍ଝାନିଧି ସାହୁ, ସଞ୍ଜୟ କୁମାର ବେହେରା, ମହେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ଦ୍ୱିବେଦୀ, ପ୍ରତାପ ଦାସ, ସୁମନ କୁମାର ଦାସ, ମନୋରଂଜନ ବେହେରା, ସାଗର ରଂଜନ ବେଉରିଆ, ସ୍ନେହାସୁଂ ଶେଖର ମହାନ୍ତି, ସୌମେନ୍ଦ୍ର ଜେନା, ଜନ୍ମେଜୟ ସ୍ୱାଇଁ, ପ୍ରଦୀପ କୁମାର ମହାରଣା, ସତ୍ୟଜିତ୍ ବାରିକ, ସୁନିଲ କୁମାର ରାଉତ, ସନ୍ତୋଷ କୁମାର ରାଉ, ଅରୁଣ କୁମାର ବେହେରା ଓ ଚୈତନ୍ୟ ଚରଣ ଜେନା ପ୍ରମୁଖ ଯୋଗଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁଭଳି ଭାବେ ସାମ୍ବାଦିକଙ୍କ ପ୍ରତି ମରଣାତ୍ମକ ଆକ୍ରମଣ କରାଯାଉଛି ତାହାକୁ ଦୃଢ ଭାବରେ ନିନ୍ଦା କରିଥିଲେ । ଆସନ୍ତା ୨୪ତାରିଖରେ ବରୀରେ ହେବାକୁ ଥିବା ନିର୍ବାଚନକୁ ଶୃଙ୍ଖଳାର ସହିତ କରାଯିବା ଏବଂ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦେବା ନେଇ ଏକ ଦାବିପତ୍ର ବରୀ ତହସିଲଦାର ମାନସ ରଂଜନ ଭୋଇଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଥିସହ ଦାବି ପତ୍ରର ନକଲ ବରୀ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଏବଂ ବରୀ ଥାନା ଅଧିକାରୀ କାବୁଲି ବାରିକଙ୍କୁ ପ୍ରଦାନ କରାଯାଇଛି ।
Related Stories
November 8, 2024