ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆଠାରେ ଶତାଧିକ ବର୍ଷର ପ୍ରାଚୀନ ବାଲିଆ ମେଳଣ ଗୁରୁବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ସକାଳେ ଉଦ୍ଯାପତି ହୋଇଛି । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜନ୍ମ ସ୍ଥାନରେ ଅନୁଷ୍ଠିତ ଏହି ମେଳଣରେ ଥାନପତି ଭାବେ ସ୍ଥାନୀୟ ରାଧାମୋହନ ବିମାନ ଶୋଭା ପାଇଥାନ୍ତି । ଏତଦ୍ ଭିନ୍ନ ଗୋପିନାଥ ବିମାନ ଶଙ୍କରାକୂଳର ରାଧାଗୋବିନ୍ଦ, ନାଥପୁର କେନ୍ଦୁଆର ଶ୍ରୀଜଗନ୍ନାଥ ଜୀଉ, କଳାଖଣ୍ଡର ଗୋପିନାଥ ଜୀଉ, ଗୋପାଳ ଜୀଉ ମଠ ବାଲିଆ-ଇଶାଣପୁରର ବିମାନ, ସାଉଡିଆର ରାଧାଗୋବିନ୍ଦ ବିମାନ ଗୁଡିକ ବହୁ ଆଡମ୍ବରରେ ମେଳଣ ପଡିଆରେ ପହଞ୍ôଚ ଥିଲେ ।
ପାରମ୍ପାରିକ ବାଡି ଖେଳ, ଷଣ୍ଢ ଲଢେଇ, ଘୋଡାନାଚ, ବାରୁଆଳି ନୃତ୍ୟ, ମୟୁର ନୃତ୍ୟ ସହ ଭଜନ କିର୍ତ୍ତନ ମାଧ୍ୟମରେ ବିମାନ ଗୁଡିକ ମେଳଣ ପଡିଆ ନିକଟକୁ ଆସୁଥିବାବେଳେ ରଙ୍ଗିନ୍ ଆତସବାଜି ଶୋଭାଯାତ୍ରାକୁ ଆହୁରୀ ଆର୍କଷଣୀୟ କରିଥିଲା । ବିମାନଗୁଡିକ ସ୍ଥାନୀୟ ଗ୍ରାମ ଦେବତୀ ମା ଜାଗୁଳାଇଙ୍କ ପୀଠ ନିକଟରେ ପହଞ୍ôଚବା ପରେ ବାଲିଆ ମେଳଣ ପରିଚାଳନା କମିଟିର କର୍ମକର୍ତ୍ତାମାନେ ପାଛୋଟି ନେବା ସହ ବିମାନକୁ ନେଇ ଆସିଥିବା କର୍ତ୍ତାମାନଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ପୂର୍ବକ ସ୍ୱାଗତ କରଥିଲେ । ଏହି ମେଳଣକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ଉପଭୋଗ କରିଥିଲେ ।