ବରୀ (ରତ୍ନଗିରି ନ୍ୟୁଜ) : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆ ପଞ୍ଚାୟତର ମା’ ଜାଗୁଳାଇଙ୍କ ପୀଠରୁ ବୁଧବାର ଦିନ ପୂଜାର୍ଚ୍ଚନା କରି ପୁଣି ଥରେ ବରୀ ବିଧାୟିକା ସୁନନ୍ଦା ଦାସ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଁଞ୍ôଚ ପାରିଛି ସେ ସମ୍ପର୍କରେ ବିଧାୟିକା ଶ୍ରୀମତୀ ଦାସ ଘରକୁ ଘର ବୁଲି ଲୋକମାନଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଥିଲା । ସାଧାରଣ ନିର୍ବାଚନ ୨ମାସରୁ କମ୍ ଥିବାବେଳେ ବିଧାୟିକା ଦଳୀୟ କର୍ମୀମାନଙ୍କୁ ନେଇ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ବରୀ ରାଜନୀତିକୁ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଟାଣି ନେଇଛି ।
ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସମେତ ବରୀ ବ୍ଲକ୍ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରଦିପ ଘଡାଇ, ବାଲିଆ ସରପଞ୍ଚ ରେବତୀ ଜେନା, ସରପଞ୍ଚ ପ୍ରଭାତୀ ପଲେଇ, ଶଙ୍କର୍ଷଣ ସ୍ୱାଇଁ, ମାନସ ଯେନା, ହରପ୍ରିୟା ସାହୁ, ରଶ୍ମିତା ପରିଡ଼ା, ସଶ୍ମିତା କୁଣ୍ଡୁ, ସବିତା ବେହେରା, ପ୍ରଜ୍ଞାପରମିତା ପରିଡ଼ା, ସମିତି ସଭ୍ୟା ମାନସି ଦାସ, ଚିନ୍ତାମଣୀ ଜେନା, ସୁଧାଂଶୁବାଳା ସାମଲ ଓ ସ୍ମୃତିରଂଜନ ପରିଡ଼ାଙ୍କ ସମେତ ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ଅଭିନ୍ନ କୁମାର ଜେନା, ଯୁବ ନେତା ରତୀରଂଜନ ଜେନା, ବିଜେଡିର ଆଗଧାଡିର କର୍ମୀ ହରିହର ପଣ୍ଡା, ବିରେନ କୁମାର ସାହୁ, ସ୍ମୃତିରଂଜନ ଜେନା, ବିଜୟ କୁମାର ସାହୁଙ୍କ ସହିତ ବହୁ ସଂଖ୍ୟାରେ ବିଜେଡିର ଯୁବ ଛାତ୍ର ଓ ମହିଳା କର୍ମୀମାନେ ଯୋଗ ଦେଇଥିଲେ ।