ଅଗ୍ନିକାଣ୍ଡରେ ଜଳିଗଲା ଘର

ବରୀ(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ଗ୍ରାମ ପଞ୍ଚାୟତର ନାଥପୁର ଗାଁର ଜଗବନ୍ଧୁ ପାତ୍ରଙ୍କ ଘରେ ଗୁରୁବାର ସଂଧ୍ୟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଘରୁ ଧୂଆଁ ବାହାରୁ ଥିôବାର ଦେଖି ପଡୋଶୀମାନେ ଡାକ ପକାଇଥିଲେ । ଆଖପାଖରେ ଥିବା ଅନ୍ୟପରିବାର ଲୋକେ ପହଁଞ୍ôଚ ନିଆଁକୁ ଆୟତ କରିବା ବେଳେକୁ ଗୋଟିଏ ବଖରା ଘର ପୋଡି ଯାଇଥିଲା । ଘର ଭିତରେ ଥିବା ଆସବାପତ୍ର, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପତ୍ର ସଂପୂର୍ଣ୍ଣଭାବେ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *