ମୟୁରଭଞ୍ଜ (ରତ୍ନଗିରି ନ୍ୟୁଜ)୦୧/୦୪: ଆଜି ବାମନଘାଟୀ ଜପଖଣ୍ଡ ସଦରମହକୁମା ରାଇରଙ୍ଗପୁର ଠାରେ ପବିତ୍ର ୮୭ ତମ ଓଡ଼ିଶା ଦିବସ୍-୨୦୨ ୨ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସର ରେ ଜପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ସମଗ୍ର ରାଇରଙ୍ଗପୁର ସହରାଞ୍ଚକରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ପରେ ରାଇରଙ୍ଗପୁର ସହରାଞ୍ଚଳ ର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ର ମହାପୁରୁଷମାନଙ୍କ ପ୍ରତିମୂର୍ତୀରେ ସହରର
ମାନ୍ୟଗଣ୍ୟ ବ୍ୟକ୍ତି ଓ ଗହଣରେ ବାମନରାଟୀ ଉପ ଜିଲ୍ଲାପାଳ ସରୋଜ କୁମାର ଦାଶ, ସମୂହ ମାଲ୍ୟାର୍ପଣ କରିଥିଲେ । ଏହା ପରେ ସକାଳ ୯ ଘଟିକା ସମୟରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଏହି ଦିବସ ଉପଲକ୍ଷେ ଉପ ଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିବ୍ଦରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ରାଇରଙ୍ଗପୁର ପୌର ପାଳିକାର ନବ ନିର୍ବାଚିତ ଅଧକ୍ଷ ଅଭିଷେକ ପଟ୍ଟନାୟକ ଏବଂ ନିମନ୍ତ୍ରିତ ଅତିଥି ବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମଲ୍ୟକ୍ତିଙ୍କ ସ୍ବାଗତ ଭାଷଣ ପରେ ନିମନ୍ତ୍ରିତ ଅତିଥି ରସାନନ୍ଦ ଲେଙ୍କା ,ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ନାଗରିକ , ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି, ଅବସରପ୍ରାପ୍ତ ଅଧକ୍ଷ୍ୟ ହିମାଂଶୁ ଶେଖର ପହନାୟକ ଏବଂ ପୁଷ୍ପାଞ୍ଜଳି ତ୍ରିପାଠୀ , ପୌର ପାଳିକା ଅଧ୍ୟକ୍ଷ ଅରିଷେକ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଓଡ଼ିଶାର ମହାପୁରୁଷ ମାନଙ୍କ ବଳିଦାନ, ଜାତି ପ୍ରେମ, ମାତୃଭୂମି ପାଇଁ ଜୀବନ ଉତ୍ସର୍ଗ ତଥ। ଓଡିଆ ଜାତିର ଉତଥାନ ପାଇଁ ଅଦ୍ୟମ ପ୍ରଚେଷ୍ଠ। ବିଷୟରେ
ଉଲ୍ଲେଖ କରିଥିଲେ ଏବଂ ଆଧୁନିକ ଓଡ଼ିଶା ଗଠନରେ ପୂର୍ବତନ ମୁଖ୍ୟ ବିଜୁ ପଟ୍ଟନାୟକ ଙ୍କ ଅବଦାନ ଅଶୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଉପ ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏବଂ ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର କ୍ରମବିକାଶ, ପରିସମାପ୍ତି ତଥା ସଫଳତା ବିଷୟରେ ଆଲୋକପାତ କରିଥିଲେ. ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଟିତ ବକୃତା ଓ ଦେଶାତ୍ମ ବୋଧ ସଙ୍ଗୀତ ପ୍ରତିଜାଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉପ ଜିଲ୍ଲାପାଳ ଏବଂପୌରାଧକ୍ଷ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ରାଇଗଙ୍ଗପୁର ଭଚ ବିଦ୍ୟାଳୟ ରେ ଚଳିତ ବର୍ଷ ସପ୍ତମ ରୁ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରିଥିଲେ l
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ