ଢେଙ୍କାନାଳ (ରତ୍ନଗିରି ନ୍ୟୁଜ) : ଢେଙ୍କାନାଳ ଭାରତୀୟ ଜନତା କିଶାନମୋର୍ଚ୍ଚା ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କାଙ୍କଡପାଳଠାରେ କୋଭିଡ ନିୟମକୁ ପାଳନ କରାଯାଇ ଅଳ୍ପସଂଖ୍ୟକ ଚାଷିଙ୍କୁ ନେଇ ପାରମ୍ପାରିକ ନିତିରେ ଅକ୍ଷିମୁଠି ଅନୁକୁଳ ହୋଇଯାଇଛି । ପ୍ରଥମେ ଭୂମିପୂଜା କରାଯାଇ ନୂତନ ବାଉଁଶ ଟୋକୋଇରେ ଧାନକୁ ପୂଜାର୍ଚ୍ଚନା କରାଯାଇ କ୍ଷେତରେ ଅକ୍ଷିମୁଠି ଅନୁକୁଳର ସହିତ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥାଏ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ରାମଚନ୍ଦ୍ର ପାତ୍ର ସମେତ ସ୍ଥାନୀୟ ଚାଷିଯୋଗଦାନ କରିଥିଲେ । ଚଳିତବର୍ଷ ବର୍ଷା ଭଲ ଥିବାରୁ ଚାଷ କାର୍ଯ୍ୟାଳୟ ହେବ ବୋଲି ଚାଷିମାନେ ଆଶା ରଖିଛନ୍ତି ।
Related Stories
December 1, 2024
November 25, 2024