ଅବିଶ୍ୱସନୀୟ। ଅପରାଜେୟ। ଅପ୍ରତିଦ୍ୱନ୍ଦ୍ୱୀ। ଯହା କହିଲେ ବି କମ ପଡ଼ିବ। କାରଣ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି କ୍ରିକେଟ ଜଗତରେ ଆରମ୍ଭ କରିଛନ୍ତି ନୂଆ ଅଧ୍ୟାୟ। ଇତିହାସ ରଚିଛନ୍ତି ବିରାଟ କୋହଲି। ବିଶ୍ୱର ସବୁ କ୍ରିକେଟରଙ୍କୁ ପଛରେ ପକାଇଲେ ରନ ମେସିନ। କିଙ୍ଗ କୋହଲି ରଚିଛନ୍ତି ନୂଆ କୀର୍ତ୍ତିମାନ। ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ ଶତକରେ ହାସଲ କରିଛନ୍ତି ଅର୍ଦ୍ଧଶତକ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ତାଙ୍କର ସବୁ ରେକର୍ଡକୁ ଚୂରମାର କରି ଦେଇଛନ୍ତି। ଯେଉଁ ସଚିନଙ୍କୁ ନିଜର ଆଦର୍ଶ ଭାବେ ବିରାଟ ଗ୍ରହଣ କରିଥିଲେ ଆଜି ତାଙ୍କୁ ପଛରେ ପକାଇଛନ୍ତି। ଏଥିସହ କ୍ରିକେଟର ଦୁନିଆର ସେ ବେତାଜ ବାଦଶାହ ବନି ଯାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଐତିହାସିକ ଶତକ। ସେ ଆଜିର ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ୫୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ୯୦ ରନ କରିବା ପରେ ସାମାନ୍ୟ ଧିମା ପଡ଼ିଯାଇଥିଲେ। ସେ ୯୨ ରନ କରିଥିବା ବେଳେ କ୍ରାମ୍ପର ସମ୍ମୁଖୀନ ହୋଇଥିଲେ। ତଥାପି ମୁମ୍ବାଇର ୱାଙ୍ଖେଡେରେ ଶେଷ ହାର ମାନି ନଥିଲେ। କ୍ରାମ୍ପ ସତ୍ତ୍ୱେ ସେ ବ୍ୟାଟିଂ କରିଥିଲେ। ଏଥିସହ ୧୦୬ ବଲରେ ସେ ନିଜର ୫୦ତମ ଶତକ ହାସଲ କରିଥିଲେ। ନିଜେ ସଚିନ ମଧ୍ୟ ତାଳି ମାରି ବିରାଟଙ୍କ ଐତିହାସିକ ରେକର୍ଡକୁ ସ୍ୱାଗତ କରିଥିଲେ। ପତ୍ନୀ ଅନୁଷ୍କା ଶର୍ମା ପ୍ଲାଇଙ୍ଗ କିସ୍ ଦେଇ ବିରାଟଙ୍କୁ ଶୁଭେଚ୍ଛେ ଜଣାଇଥିଲେ।
Related Stories
October 27, 2024
September 30, 2024