କେନ୍ଦ୍ରାପଡ଼ା (ରତ୍ନଗିରି ନ୍ୟୁଜ) : ପ୍ରେମିକ ସାଜିଲେ ସ୍ଵାମୀ ସ୍ତ୍ରୀ ଥାଉ ଥାଉ ସୋସିଆଲ ମିଡ଼ିଆ ରେ ଆଉ ଜଣେ ଯୁବତୀଙ୍କ ସହ ହେଉ ହେଉ ହେଇଗଲା ପ୍ରେମ l ଏବେ ଯୁବତୀ ଜଣଙ୍କ ଫେସବୁକ୍ ଫ୍ରେଣ୍ଡ୍ ରୁ ପାଲଟିଗଲେ ପତ୍ନୀ ଏମିତି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l
ଇନଷ୍ଟାଗ୍ରାମ ଆଉ reels ଭିଡିଓ କରୁ କରୁ ସ୍ତ୍ରୀ ଥାଉ ଥାଉ ସ୍ଵାମୀ ପଡିଯାଇଥିଲେ ଆଉ ଜଣେ ଯୁବତୀଙ୍କ ପ୍ରେମରେ l ପ୍ରେମ କରି ପ୍ରେମିକାକୁ ଧରି ପଳାଇ ଥିଲେ ମଧ୍ୟ ଘର ଛାଡି, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଆଖୁଆ ଦକ୍ଷିଣୀ ଓରିଷ ବିନ୍ଧା ଗ୍ରାମର ପହଲି ନାଥ ଙ୍କ ପୁଅ ସନାତନ ନାଥ । ସନାତନ ୧୪ ବର୍ଷ ପୂର୍ବରୁ ବ
କେନ୍ଦ୍ରାପଡ଼ା ଦୁହୁରିଆ ଅଞ୍ଚଳର ସନ୍ଧ୍ୟାରାଣୀ ନାଥ ଙ୍କୁ ବିବାହ କରି ଥିଲେ l ଉଭୟଙ୍କ ଗୋଟେ ପୁଅ ଏବଂ ଦୁଇଟି ଝିଅ ମଧ୍ୟ ଅଛନ୍ତି ।ସନାତନ ନିଜ ସ୍ତ୍ରୀ ଓ ପିଲାମାନଙ୍କ ମୋହ ଆଉ ଭଲପାଇବା କୁ ଭୁଲି ମୋବାଇଲ ରେ ଇନଷ୍ଟା ଆଉ ରିଲସ କରୁ କରୁ ମୟୁରଭଞ୍ଜ ଅଞ୍ଚଳ ର ଅନିତା ମୁର୍ମୁ ନାମଙ୍କ ଯୁବତୀ ଙ୍କୁ ପ୍ରେମ କରି ବସିଥିଲେ l
ଉଭୟଙ୍କ ଭଲ ପାଇବା ଏତେ ନିବିଡ଼ ହୋଇଯାଇଥିଲା କି ସନାତନ ନିଜ ପରିବାର କୁ ଛାଡି ଅନିତା ସହିତ ମୁମ୍ବାଇ ପଳାଇ ଯାଇଥିଲେ । କିଛି ଦିନ ମୁମ୍ବାଇ ରେ ରହିବା ପରେ ଫେରିଥିଲେ ଗାଁ କୁ, ଗାଁ କୁ ସନାତନ ପ୍ରେମିକା ଅନିତା କୁ ସାଙ୍ଗରେ ଧରି ଫେରିବା ପରେ ଘରେ ଆରମ୍ଭ ହୋଇଥିଲା କଳି l
ସନାତନଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଓ ତାଙ୍କ ପରିବାର ଲୋକେ ପାଟକୁରା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ, ପରେ ଉଭୟ ଙ୍କ ମଧ୍ୟରେ ବୁଝା ବଣା ହୋଇ ସନାତନ ମାସକୁ ଦଶ ହଜାର ଟଙ୍କା ଘରକୁ ଦେବେ ବୋଲି କହି ପ୍ରେମିକା ଅନିତା କୁ ନେଇ ପୁଣି ମୁମ୍ବାଇ ଚାଲିଯାଇଥିଲେ l ସେଠାରେ କିଛି ଦିନ ରହି ଦୁଇଦିନ ତଳେ ଉଭୟ ଗାଁ କୁ ଆସିଥିଲେ l ସେମାନେ ଘରକୁ ଫେରିବା ପରେ ପରିବାର ରେ ପୁଣି ଗଣ୍ଡଗୋଳ ଉପୁଜିଥିଲା l ଗଣ୍ଡଗୋଳ ଏତେ ଉଗ୍ର ରୂପ ନେଇଥିଲା ଯେ ସେଥିରେ ଉତକ୍ଷିପ୍ତ ହେଇ ଶାଶୁ,ଶଶୁର,ଖୁଡିଶାଶୁ, ଖୁର୍ତ୍ତାଶୂର,ସ୍ୱାମୀ ସନାତନ ଓ ତାଙ୍କ ପ୍ରେମିକା ଅନିତା ସମସ୍ତେ ମିଶି ସନ୍ଧ୍ୟାରାଣୀଙ୍କୁ ମାଡ଼ ମାରିବା ସାଙ୍ଗକୁ ଗାଳି ଦେବା ସହିତ ସ୍ୱାମୀ ସନାତନ ପନିକିରେ ସନ୍ଧ୍ୟାରାଣୀଙ୍କ ହାତକୁ ହାଣି ଦେଇଥିଲେ l କେବଳ ସେତିକି ନୁହେଁ ତାଙ୍କ ଶଶୁର ସନ୍ଧ୍ୟାରାଣୀ ଙ୍କ ପଛ ମୁଣ୍ଡ କୁ ମଧ୍ଯ ଶକ୍ତ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ସନ୍ଧ୍ୟାରାଣୀ ଓ ତାଙ୍କ ବାପଘର ଲୋକେ l
ଏହି ଘଟଣା ପରେ ସନ୍ଧ୍ୟାରାଣୀ ପାଟକୁରା ଥାନାରେ ଅଭିଯୋଗ କରିଥିଲେ l ପରେ ପାଟକୁରା ପୋଲିସ ଅଭିଯୁକ୍ତ ସ୍ୱାମୀ ସନାତନ ଓ ତାଙ୍କ ପ୍ରେମିକା ଅନିତାକୁ ଥାନାକୁ ଆଣି ପଚରା ଉଚରା କରୁଛି,ସେପଟେ ସନ୍ଧ୍ୟାରାଣୀ ନାଥ ପ୍ରଥମେ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେବା ପରେ ଅବସ୍ତା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଥିବା ଜଣାପଡିଛି l