କେନ୍ଦ୍ରାପଡା(ରତ୍ନଗିରି ନ୍ୟୁଜ): ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ ତା ୧୦.୦୮.୨୦୨୨ ରିଖରେ କେନ୍ଦ୍ରାପଡା ଜିଲ୍ଲାକୁ ଏକ ସ୍ଵତନ୍ତ୍ର ଗ୍ରସ୍ତରେ ଆସିଥିଲେ । ସେହି ଅବସରରେ ଅଯୋଧ୍ୟାନଗର ସ୍ଥିତ ମ୍ୟୁନିସପାଲିଟି ଦୃଷ୍ଟିହୀନ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ପିଲାମାନଙ୍କ ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇ ଥିଲେ । ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଯେଉଁ ମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିଲେ, ତାଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ । ୨ ଟି ପ୍ରତିଶ୍ରୁତି ପ୍ରଦାନ ସ୍ୱରୂପ ଦିବ୍ୟାଙ୍ଗମାନଙ୍କ ପ୍ରତି ଥିବା ତାଙ୍କର ଆନ୍ତରିକ ସଦ୍ଦଇଚ୍ଛାକୁ କାର୍ୟ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଯଥା ଉପରୋକ୍ତ ୩ ଜଣଙ୍କ ସହ ଅନ୍ୟ ୭ ଜଣ ଭିନ୍ନକ୍ଷମ ଗରିବ ମେଧାବୀ ପିଲାମାନଙ୍କୁ ବାଛି ନାମ ଓ ତଥ୍ୟ ପ୍ରଦାନ କଲେ ସମସ୍ତଙ୍କୁ ଏଗାର ହଜାର ଟଙ୍କା କରି ଶିକ୍ଷାବୃତ୍ତି ତାଙ୍କ ତରଫରୁ ଦିଆଯିବ । ଦ୍ଵିତୀୟତଃ ଦୃଷ୍ଟିହୀନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲାମାନଙ୍କ ପ୍ରାଥମିକ ଭାବେ ଚକ୍ଷୁ ପରୀକ୍ଷା କରି ଉଚ୍ଚତ୍ତର ପରୀକ୍ଷା ଓ ମାଗଣା ଚିକିତ୍ସା ସହଯୋଗିତା ଯୋଗାଇବା ପାଇଁ ଭୁବନେଶ୍ଵର ସ୍ଥିତ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରିବା ।
ତଦନୁଯାୟୀ ଗତ ତା ୧୯.୧୦.୨୦୨୨ ରିଖରେ ୩୯ ଜଣ ଦୃଷ୍ଟିବାଧିତ ପରୀକ୍ଷିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କୁ ଜିଲ୍ଲା ପ୍ରଶାସନ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ନେଇ ଥିଲେ । ପରୀକ୍ଷା ପରେ ୮ ଜଣ ଉଚ୍ଚତ୍ତର ଚିକିତ୍ସା ନିମନ୍ତେ ବିବେଚିତ ହେଇଥିଲେ । ଉକ୍ତ ଦିନ ରାଜ୍ୟପାଳ ତାଙ୍କ ଆବାସିକ କାର୍ୟ୍ୟ।ଳୟକୁ ସମସ୍ତ ପିଲାଙ୍କୁ ଡାକି ତାଙ୍କ ସହ ମିଶିବା ସହ ୧୦ ଜଣ ପିଲାଙ୍କୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି (ଶିକ୍ଷାବୃତ୍ତି)ର ମୋଟ ଅର୍ଥ ଟ. ୧,୧୦,୦୦୦/- ଙ୍କ।ର ଚେକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହାକୁ କାର୍ୟ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ତା ୦୬.୧୧.୨୦୨୨ ରିଖ, କେନ୍ଦ୍ରାପଡା ମ୍ୟୁନିସପାଲିଟି ଟାଉନ ହଲ ପରିସରରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ କେନ୍ଦ୍ରାପଡାର ସଚେତନତା ଶିବିରରେ ନିମ୍ନୋକ୍ତ ୧୦ ଜଣ ଯୋଗ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶ୍ରୀଯୁକ୍ତ ପୀତାମ୍ବର ସାମଲଙ୍କ ଦ୍ଵାରା ଚେକ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ନଭୟା ନଭେଲ ସାହୁ, ପୂଜାରାଣୀ ନନ୍ଦୀ, ବାଦଲ କୁମାର ରଉତ, ମହିମା କୁମାର ସାହୁ, ବିଶ୍ଵ ରଞ୍ଜନ ସ୍ଵାଇଁ, ସତ୍ୟଜିତ ରାଉତ, ଶ୍ରୀକାନ୍ତ ସ୍ଵାଇଁ, ସନ୍ତୋଶୀ କୁମାର ସାମଲ, ବର୍ଷା ପ୍ରିୟଦର୍ଶିନୀ ରାଉତ ଓ ବରଜ କୁମାର ଦାସଙ୍କୁ ଉକ୍ତ ବାର୍ତ୍ତା ପ୍ରଚାରିତ ହେବା ପରେ କେନ୍ଦ୍ରାପଡାରେ ମହାମହିମ ରାଜ୍ୟପାଳଙ୍କର ଦିବ୍ୟାଙ୍ଗମାନଙ୍କ ପ୍ରତି ମହାନୁଭବତା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମକୁ ମ୍ୟୁନିସପାଲିଟି ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ଵପ୍ନାଂଶୁ କୁମାର ଦାସ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ପରିଚାଳନା କରିଥିଲେ ।
Related Stories
December 9, 2024
December 1, 2024