ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ) :ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । କିଛି ବ୍ୟକ୍ତି ଅସନ୍ତୁଷ୍ଟ ହୋଇଥାନ୍ତି ତେବେ ଆପତ୍ତି ଅଭିଯୋଗ କିମ୍ବା ପରାମର୍ଶ ଜଣାଇବାକୁ ୧୫ ଦିନ ମହଲତ ପକ୍ଷରୁ କୁହାଯାଇଛି ।ଏହି ଆପତ୍ତି ଅଭିଯୋଗ କିମ୍ବା ପରାମର୍ଶ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିଠି ନଂ ୯୩୩,ତା-୧୫/୦୧/୨୦୨୨ ଅନୁଯାଇ ରାଜ୍ୟରେ ଏନ୍ଏସି ଓ ପୌର ପରିଷଦ ସଂରକ୍ଷିତ ତାଲିକା ପ୍ରକାଶ ପାଇବା ପରେ ଚଳଚଞ୍ଚଳ ହୋଇଯାଇଛି ହିଞ୍ଜିଳି । ଏହି ଅଣସଂରକ୍ଷିତ ଅଧ୍ୟକ୍ଷ ତାଲିକାରେ ବହୁ ସଂଖ୍ୟକ ପାର୍ଥୀତ୍ବ ପ୍ରତିଦ୍ବନ୍ଦିତା କରିବା ଅନୁମାନ କରାଯାଉଛି । ତିନି ପ୍ରମୁଖ ଦଳରୁ ଥିଲେ ମଧ୍ୟ ଆପ ଦଳରୁ ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ପାର୍ଥୀତ୍ବ ଖୋଜାଚାଲିଛି ହିଞ୍ଜିଳିରେ ।
ସେହିଭଳି ହିଞ୍ଜିଳିକାଟୁ ଏକ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାକାର ରାଜନୀତି କେବଳ ପଦବୀଚୟନ ହୋଇରହିବ ନା ଗଣତାନ୍ତ୍ରିକ ପଦ୍ଧତିରେ ପାର୍ଥୀକୁ ପ୍ରତିଦ୍ବନ୍ଦିତା କରିବା ହେବ ତାହା ସମୟ ହିଁ କହିବ । ହିଞ୍ଜିଳିର ଅଧ୍ୟକ୍ଷ ପଦ ପାଇଁ ଅଣସଂରକ୍ଷିତ ହେତୁ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଖୁସି ଥିବା ଅଞ୍ଚଳରେ ଜଣାପଡିଛି ।
ରିପୋର୍ଟ :-ରଂଜିତ କୁମାର ପୋଲାଇ