ହିଞ୍ଜିଳିକାଟୁ /କୁକୁଡାଖଣ୍ଡି(ରତ୍ନଗିରି ନ୍ୟୁଜ) :- ୮ମାର୍ଚ୍ଚ ବିଶ୍ବ ମହିଳା ଦିବସ ଅବସରରେ ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ସଂଗଠନ ଓ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ପକ୍ଷରୁ ସମରଝୋଳ ଛକରେ ବିଶ୍ବ ମହିଳା ଦିବସ ପାଳନ ହୋଇଯାଇଛି । ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ଗଞ୍ଜାମ ଜିଲ୍ଲା ଆବାହକ ପେଦିନୀ ପାର୍ବତୀଙ୍କ ନେତୃତ୍ବରେ ଆଜି କୁକୁଡାଖଣ୍ଡି ବ୍ଳକ ଓ ହିଞ୍ଜିଳିକାଟୁ ବ୍ଳକର ଶ୍ରମଜୀବୀ ମହିଳା ମାନେ ସମରଝୋଳ ଛକରେ ଏକତ୍ରିତ ହୋଇ ଶୋଭାଯାତ୍ରା ରେ ପରିକ୍ରମା କରିବା ସହ ଏକ ପ୍ରତିବାଦ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରିବା ସହ ସଂଘର୍ଷଶୀଳ ମହିଳାଙ୍କ ତ୍ୟାଗ ଯୋଗୁଁ ଆଜି ମହିଳାଙ୍କୁ ଭୋଟ ଦେବା ଅଧିକାର ଠାରୁ ଆରମ୍ଭ କରି କେତେକାଂଶରେ ସ୍ବାଧୀନତା ମିଳିଛି । କିନ୍ତୁ ଆଜି ମଧ୍ୟ ଯୈାତୁକ ଜନିତ ହତ୍ୟା, କନ୍ୟା ଭ୍ରୁଣ ହତ୍ୟା ଏପରି ଅନେକ ନିର୍ଯ୍ୟାତନା ର ଲମ୍ବା ତାଲିକା । ସମ୍ମାନର ସହ ବଞ୍ଚିବା ପାଇଁ ସଂଘର୍ଷ ଜାରି ରହିଛି । ବିଜେଡି ଓ ବିଜେପି ମହିଳା ଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଭାବେ ଛିଡ଼ା କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ମଦ ଓ ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥା କୁ ବଳବତ୍ତର ରଖି ମହିଳା ଙ୍କ ବାସ୍ତବିକ ଅଧିକାର ରୁ ବଞ୍ଚିତ ରଖୁଛନ୍ତି । ଅନ୍ଧବିଶ୍ୱାସ, କୁସଂସ୍କାର କୁ ବ୍ୟାପକ ପ୍ରଚାର ଓ ପ୍ରସାର କରୁଛନ୍ତି । ଏହା ବିରୁଦ୍ଧରେ ଏକ ହୋଇ ସଂଘର୍ଷ କୁ ତୀବ୍ର କରିବା ନିବେଦନ କରିଥିଲେ । ବଡଖଣ୍ଡି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ସଂଘର୍ଷ ହେବ ବୋଲି ଉପସ୍ଥିତ ମହିଳା ମାନେ ପ୍ରକାଶ କରିଥିଲେ ।ଇଥିଲେ । ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଶୈଳ ବେହେରା, ସାଵିତ୍ରୀ ଵେହେରା, ନିଳେନ୍ଦ୍ରୀ ଵେହେରା, ଲୀଲୀ ଵେହେରା କଵିତା ସେଠି, କୁମାରୀ ନାଈକ, ଲକ୍ଷ୍ମୀ ନାଇକ, ରିନା ନାଈକ, ଵାସନ୍ତୀ ନାଈକ, ଗଙ୍ଗା ଦାସ, ସନ୍ତୋଷୀ ଦାସ, ଫୁଲ ଦାସ, କୁମାରି ଆଚାରୀ, ଵି଼ ଲକ୍ଷ୍ମୀ, ନାଈଡୁ ଗୀତାଞ୍ଜଳୀ କୃଷକ ନେତା ଶଙ୍କର ସାହୁ ଆଦି ଉପସ୍ଥିତ ଥିଲେ ।
Related Stories
December 1, 2024
November 25, 2024