ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୦୯/୦୬ ,ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ଜନ୍ମଦିବସ କୁ ପ୍ରେରଣା ଦିବସ ରୂପେ ପାଳନ କରି ଆସୁଥିବା ବେଳେ ହିଞ୍ଜିଳିକାଟୁ ସାହାରା କାର୍ଯ୍ଯାଳୟ ସମ୍ମୁଖରେ ଜମାକାରୀ ଏବଂ ଏଜେଣ୍ଟ ମାନେ ଆଜି କଳାଦିବସ ରୁପେ ପାଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୯ବର୍ଷ ହେବ ଜମାକାରୀଙ୍କ ଟଙ୍କା ଫେରସ୍ତ ନହେବା ଯୋଗୁଁ ଜମାକାରୀ ଓ ଏଜେଣ୍ଟ ମାନେ ବିଧାନସଭା ଘେରାଉଠାରୁ ଜିଲ୍ଲା ପ୍ରଶାସନ ପର୍ଯନ୍ତ ସମସ୍ତ ଚେଷ୍ଟା ସରିବା ପରେ ଏବେ ରାଜରାସ୍ତାକୁ ଓହ୍ଲାଇ ଆଜିର ପ୍ରେରଣା ଦିବସକୁ କଳା ଦିବସ ରୂପେ ପାଳନ କରିଛନ୍ତି ହିଞ୍ଜିଳି ଅଞ୍ଚଳରେ । ବହୁ ବର୍ଷ ଧରି ଏହି ସଂସ୍ଥାରେ ଜମା ରଖିଥିବା ଟଙ୍କାର ଉଠାଣ ତାରିଖ ହୋଇଥିଲେ ସୁଦ୍ଧା ଫେରାଉ ନାହିଁ ସଂସ୍ଥାବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଅନେକ ଜମାକରୀ ସେମାନଙ୍କ ଅର୍ଥ ଫେରି ନପାଇ ବାପା ବହୁ ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି ଜମାକାରୀ । ଭଉଣୀର ବାହାଘର , ପୁଅର ପାଠ ପଢା ପାଇଁ ସହ ଶୁଦ୍ଧିକ୍ରିୟା ନିମନ୍ତେ ଅର୍ଥ ପ୍ରତିବନ୍ଧକ ସାଜିଛି । ହେଲେ ସାହାରା ଇଣ୍ଡିଆ ସଂସ୍ଥାର ଅଧିକାରୀମାନେ କିଛି ଶୁଣୁନାହାନ୍ତି କି ଏଥିପାଇଁ କର୍ଣ୍ଣପାତ ମଧ୍ୟ କରୁନାହାନ୍ତି । ସାହାରା ଇଣ୍ଡିଆ ସଂସ୍ଥାରେ ଜମା ରଖିଲେ ଆକର୍ଷଣୀୟ ସୁଦ୍ଧା , ଲୋନ ଆଦି ଅନେକ ସୁବିଧା ଓ ଲାଭ ମିଳିବାର ଲୋଭ ଦେଖାଇ ଲୋକମାନଙ୍କଠାରୁ କୋଟି କୋଟି ଟଙ୍କା ଜମା ରଖିଲା ସଂସ୍ଥା । ହେଲେ ଗତ କିଛି ବର୍ଷ ହେବ ଗ୍ରାହକଙ୍କ ଠାରୁ ପଇସା ଆଦାୟ କରୁଛି । ହେଲେ ମ୍ୟାଚୁରିଟି ହେବା ପରେ ମଧ୍ୟ ଟଙ୍କା ପ୍ରଦାନ ହେଉନଥିବାରୁ ସାଧାରଣ ଲୋକ ଅଭିଯୋଗ କରିଛନ୍ତି । କିଛି ଲୋକଙ୍କର ମ୍ୟାଚୁରିଟି ଟଙ୍କା ପୁରା ନ ଫେରାଇ ଅଧା ପଇସାର ପୁଣି ଡିପୋଜିଟ ରଖୁଛନ୍ତି ଓ ସେହି ଡିପୋଜିଟ ମଧ୍ୟ ଏବେ ବର୍ଷେ ହେବ ମ୍ୟାଚୁରିଟି ହେଲାଣି ତଥାପି ଅର୍ଥ ରାଶି ଫେରାଉ ନଥିବା ଅଭିଯୋଗ ହେଉଛି । ଏପରିକି ଜମାକରୀଙ୍କ ରଖିଥିବା ଅର୍ଥ ରାଶିକୁ ନପାଇ ଭଉଣୀ ବାହାଘର କି ପିଲାଙ୍କର ପାଠ ପଢ଼ା ଖର୍ଚ୍ଚ ତୁଲାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସେମାନେ । ପ୍ରତିଦିନ ଏକାଧିକ ଗ୍ରାହକ ଏହି ସଂସ୍ଥାର ଅଫିସ୍କୁ ଆସି ନିରାଶ ହୋଇ ଫେରୁଛନ୍ତି । କାର୍ଯ୍ୟକର୍ତା ସଂଘର ସଭାପତି କହିଛନ୍ତି ଆଗାମୀ ଦିନରେ ଦିଲ୍ଲୀ ଯନ୍ତ୍ରମନ୍ତ୍ର ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କୃଷକ ରାଲ୍ଲୀ ପରି ବିଶାଳ ଗଣବିକ୍ଷୋଭ ହେବ ବୋଲି ଚେତାବନୀ ଦେଇଛନ୍ତି । ସାରା ଭାରତରେ ଆଜିର ଏହି କଳାଦିବସ ପାଳନରେ ହିଞ୍ଜିଳିକାଟୁ ଠାରେ ସଭାପତି କୁମୁଦ ରଞ୍ଜନ ପାଢ଼ୀ, ସମ୍ପାଦକ ବସନ୍ତ କୁମାର ଚୌଧୁରୀ, କୋଷାଧ୍ୟକ୍ଷ ନରସିଂହ ସାହୁ ଭଗବାନ ନାହକ,ନିଳାଞ୍ଚଳ ନାହକ , ବିରଞ୍ଚି କୁମାର ପାଢ଼ୀ, ସୁଶାନ୍ତ ନାହାକ , ସବିତା ପାଣିଗ୍ରାହୀ ପ୍ରମୁଖଙ୍କ ସହିତ ଶତାଧିକ ଜମାକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତରେ ପାଳନ କରାଯାଇଛି ।
Related Stories
December 1, 2024
November 25, 2024