ହିଞ୍ଜିଳିକାଟୁ(ରତଗିରି ନ୍ୟୁଜ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ଉନ୍ନୟନ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ହିଞ୍ଜିଳି ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ୱାବଧାନରେ ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକାର୍ଯ୍ଯ ପରିଚାଳନା କରିଥିଲେ । ସମ୍ମାନୀତ ଅତିଥି ଭବେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ସୁରେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇଥିଲେ । ଆଜିର ଅନୁଷ୍ଠିତ ସଭାରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଯଥା , ମହାତ୍ମାଗାନ୍ଧୀ ନିଶ୍ଚିତ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା, ସାମାଜିକ ସୁରକ୍ଷା, କୃଷି ଓ ଆନୁସଙ୍ଗିକ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଏଭଳି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସ୍ୱଚ୍ଛ ଭାରତର କାର୍ଯ୍ୟକାରିତା କିପରି ହୋଇପାରିବ ସେସବୁ ବିଷୟରେ ବୈଠକରେ ଆଲୋଚନା କରିଥିଲେ। ବିଶେଷ କରି ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇ ହିଞ୍ଜିଳି ବ୍ଲକକୁ ଆହୁରି ଆଗକୁ ନେବାପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ/ସଭ୍ୟା,କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ,ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।
Related Stories
November 9, 2024
November 9, 2024