ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୨୭/୦୬, ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ଅଭିଯୋଗରେ ଇଡିର ବାରମ୍ବାର ଜେରା, ଏଆଇସିସି ମୁଖ୍ୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ପୋଲିସ ର ଲାଠି ଚାର୍ଜ ଏବଂ ଅଗ୍ନିପଥ ଯୋଜନା ମାଧ୍ୟମରେ ଚାରି ବର୍ଷୀୟା ସେନା ନିଯୁକ୍ତିକୁ ବିରୋଧ କରି ହିଞ୍ଜିଳି କଂଗ୍ରେସ ତାରଫରୁ ସୋମବାର ଦିନ ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ନିୟନ୍ତ୍ରିତ ବଜାର ଗୃହ ସାମ୍ନାରେ ଗଣଧାରଣା କରିଥିଲେ । ସୁଚନାମୂତାବକ ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁଦିନ ୧୦ଘଣ୍ଟରୁ ବାହାରି ବିଶାଳ ପଟୁଆରରେ କଂଗ୍ରେସ କର୍ମୀ ଓ ବରିଷ୍ଠ ନେତା ମାନେ ପଦଯାତ୍ରାରେ ବାହାରି ସ୍ଥାନୀୟ ବିଜୁପଟ୍ଟନାୟକ ଛକରେ ଥିବା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି କରି ଅଗ୍ନିପଥ ନିଯୁକ୍ତିର ବିଫଳତା ଏବଂ କାର୍ଯ୍ଯକଳାପ ଉପରେ ନାରାବାଜି ଦେଇ ଗଣଧାରଣା ସ୍ଥଳରେ ପହଞ୍ଚିଥିଲେ । ” ଅଗ୍ନିପଥ ନାଁରେ ନିଯୁକ୍ତି ଧୋକା , ଯୁବଶକ୍ତି ଏଠି ନୁହଁନ୍ତି ବୋକା ଏବଂ ଦେଶ ସୁରକ୍ଷାରେ ସାଲିସ ନାହିଁ ,କଂଗ୍ରେସ ଲଢିବ ଡରିବ ନାହିଁ ” ସ୍ଳୋଗାନ ସମସ୍ତ କର୍ମୀ ଓ ନେତାମାନେ ଦେଇଥିଲେ ।
ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ବହୁ କଂଗ୍ରେସକର୍ମୀ ନେତାମାନେ ଯୋଗ ଦେଇଥିଲେ। ଏହି ଗଣଧାରଣାରେ ସଭାକରି କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଏକଚାଟିଆ ଜେରା ଓ ପ୍ରତିଶୋଧ ପରାୟଣରେ ଜେରା ପାଇଁ ନିନ୍ଦା କରିଥିଲେ ପିସିସି ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ । ଗତ ତିନି ବର୍ଷରେ ୩ସେନା ବିଭାଗର ଲକ୍ଷ ଲକ୍ଷ ପଦବୀ ପୂରଣ ନକରି ୪ବର୍ଷୀୟା ଚାକିରୀ ପ୍ରଲୋଭନ ଦେଖାଇବା ସହ ଗ୍ରାମାଞ୍ଚଳରେ ଥିବା ଯୁବକଙ୍କୁ ଛଳନା ବେଳେ ଚିଟଫଣ୍ଡ ଠକେଇ ମାମଲାରେ ସଂମ୍ପୃକ୍ତ ଥିବା ନେତାଙ୍କୁ ଗିରଫ ନକରି ଜନତାଙ୍କ ପ୍ରତି ଅନ୍ଯାୟ ,ମୌନ ଥିବା କେନ୍ଦ୍ର ସରକାର କେବଳ ନିଜ ଇଚ୍ଛାରେ ଇଡିର ବାରମ୍ବାର ଜେରା କରିବା ନିନ୍ଦା ମଧ୍ୟ କରିଛନ୍ତି ସେ । ସେନାରେ ଚାକିରୀ ନା ଛେନାରେ ଚାକିରୀ ପ୍ରଲୋଭନ ଦେଖାଇ ପ୍ରତିବର୍ଷ ୨କୋଟି ଚାକିରୀରେ ନିଯୁକ୍ତି ପାଇବେ କହି ଆଦାନୀ ଓ ଅମ୍ବାନୀକୁ ନିଯୁକ୍ତି ସୁଯୋଗ କରି ମୋଦି ସରକାର ଉପରେ ବର୍ଷୀଛନ୍ତି ପାଣିଗ୍ରାହୀ । ବେକାରୀ ସମସ୍ୟା ଉପରୁ ନଜର ହଟାଇବା ପାଇଁ ଯୁବଶକ୍ତିକୁ ବ୍ୟବହାର କରିବା ସକାଶେ ଏବଂ ଜନତାଙ୍କ ଭୁଆଁ ବୁଲାଉଛନ୍ତି ,ଅଗ୍ନିପଥ ଚାକିରୀ ନାଁରେ କେବିନେଟ ଟିଭି ମିଡ଼ିଆ କିମ୍ବା କୌଣସି ସମ୍ବାଦପତ୍ରରେ ସୁଚନା ନଦେଇ ପୁର୍ବରୁ ଯୋଜନା ମୂତାବକ ଆଲୋଚନା ନକରି ତରବରିଆ ଭାବରେ ଅମଲାତନ୍ତ୍ରକୁ ବ୍ଯବହାର କରି ଦେଶର ଯୁବ ସମାଜକୁ ଲଲିପପ ଦେଖାଇ ଅଗ୍ନିପଥ ନିୟୁକ୍ତି ଏକ ଭ୍ରାନ୍ତି ସୃଷ୍ଟି ଯୋଜନା ବୋଲି ହିଞ୍ଜିଳି କଂଗ୍ରେସ କମିଟି ତରଫରୁ ପିସିସି ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ଆଜିର ଏହି ସତ୍ଯାଗ୍ରହ ଡାକରାରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି କଂଗ୍ରେସର ନଗର ସଭାପତି ସୁନାରାମ ସାବତ,ହିଞ୍ଜିଳି ବ୍ଳକ କଂଗ୍ରେସ ସଭାପତି ଶିବରାମ ପ୍ରଧାନ ଓ ଶେରଗଡ଼ ବ୍ଳକ କଂଗ୍ରେସ କୁନା ବିଶୋଇ , ଯୁବନେତା ତଥା କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଜୟ ସ୍ବାଇଁ ,ଜଗନ୍ନାଥ ଗୌଡ , ଶତ୍ରୁଘ୍ନ ନାୟକ , କୋରା ବିଶୋଇ ପ୍ରମୁଖ ଶେରଗଡ଼ ଓ ହିଞ୍ଜିଳି ବ୍ଳକ ସହ ପୌରାଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀମାନେ ଅଶଂ ଗ୍ରହଣ କରିଥିଲେ ।
Related Stories
December 9, 2024
December 1, 2024