ହିଞ୍ଜିଳକାଟୁ(ରତ୍ନଗିରି ନ୍ୟୁଜ)୮/୧ : ହିଂଜିଲିକାଟୁ ସ୍ବୟଂଶାସିତ ବିଜ୍ଞାନ ମହା ବିଦ୍ୟାଳୟ ଶତ ବାର୍ଷିକୀ ପ୍ରକୋଷ୍ଠ ଠାରେ ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ବିଭାଗ ତରଫରୁ ସ୍ୱାଗତ ଉତ୍ସବ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ମୁଖ୍ୟ ଡକ୍ଟର ବବିତା ପାତ୍ର, ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ, ଅଧ୍ୟାପିକା ସନ୍ଧ୍ୟା ରାଣୀ ତରାଇ ତଥା ସହକାରୀ ଗ୍ରନ୍ଥାଗାର ନୃସିଂହ ଆଚାର୍ଯ୍ୟ ପ୍ରମୁଖ ମଞ୍ଚସୀନ ଥିଲେ ।
ସୁଶ୍ରୀ ସ୍ନିଗ୍ଧା ରାଓ ଓ ଜଗନ୍ନାଥ ଜେନା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଦ୍ଵିତୀୟ ଅଧିବେଶନ ରେ ଏକ ପାଠଚକ୍ର କପିଳେନ୍ଦ୍ର ଦେବ:- ମଧ୍ୟଯୁଗୀୟ ଓଡ଼ିଶାର ଶ୍ରେଷ୍ଠ ଯୋଦ୍ଧା ବିଷୟରେ ତୃତୀୟ ବର୍ଷର ଛାତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁ ଙ୍କ ଦ୍ଵାରା ଉପସ୍ଥାପନା କରାଯାଇଥିଲା।ମୋନାଲିସା ମହାନ୍ତି, ଆଶାଲତା ସାହୁ, ରୋଜି ମହାନ୍ତି, ଟୁନା ମହାନ୍ତି, ମନୀଷା ଗୌଡ଼ ,ଜଗନ୍ନାଥ ମହାନ୍ତି, ରିତାଞ୍ଜଳି ମହାରଣା ପ୍ରମୁଖ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସମ୍ପାଦନା କରିବାରେ ସହଯୋଗ କରିଥିଲେ।ଅଧ୍ୟାପିକା ସଂଧ୍ୟାରଣୀ ତରାଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିଧ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରେରଣା ପ୍ରଦାନ କରିଥିଲେ ଓ ଉପସ୍ଥିତ ସଭିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।