ଭୁବନେଶ୍ବର(ରତ୍ନଗିରି ନ୍ୟୁଜ) : – ରାଜଧାନୀରେ ପୁଣି ମାତିଛନ୍ତି ହାଇଟେକ୍ ଏଟିଏମ୍ ଲୁଟେରା। ଏଟିଏମ୍ ଭାଙ୍ଗିଛନ୍ତି ନା ତାଡ଼ିଛନ୍ତି, କିନ୍ତୁ ଲୁଟି ନେଇଛନ୍ତି ୧୬ଲକ୍ଷ ୬୫ ହଜାର ଟଙ୍କା। ବାପୁଜୀନଗରରେ ଥିବା ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ଦୁର୍ବୃତ୍ତମାନେ ଏତେ ଟଙ୍କା ଲୁଟି ନେଇଥିଲେ ହେଁ ଏ ସମ୍ପର୍କରେ କାହାକୁ କୌଣସି ଟେର୍ ମିଳି ନ ନାହିଁ। ପରେ ଏହା ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ପୁଲିସ ଏଯାଏ ଦୁର୍ବୃତ୍ତଙ୍କ ପତ୍ତା ଲଗାଇ ପାରିନାହିଁ।ବି ମିଳିଥିବା ସୂଚନା ଅନୁସାରେ, କିଛିଦିନ ତଳେ ସମ୍ପୃକ୍ତ ଏଟିଏମ୍ କାଉଣ୍ଟରରୁ ଏହି ଟଙ୍କା ଲୁଟ୍ ହୋଇଛି। ମାତ୍ର ତିନିଦିନ ବ୍ୟବଧାନରେ ଏକାଧିକ ଥର ଟଙ୍କା ଉଠାଯାଇଛି। ଟଙ୍କାର ହିସାବରୁ ଏହା କମ୍ ଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଏହା ପଛରେ ଏଟିଏମ୍ କାଉଣ୍ଟରରେ ଟଙ୍କା ଭର୍ତ୍ତି ଓ ରକ୍ଷଣାବେକ୍ଷଣ କରୁଥିବା କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥାର କୌଣସି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଟଙ୍କା ଭର୍ତ୍ତି କରିବା ଓ ମେସିନ୍ ଖୋଲିବା ସମୟରେ ଏକ ପାସଵାର୍ଡ ବ୍ୟବହାର କରାଯାଇଥାଏ। ଲକ୍ ଖୋଲିବା ପରେ ସେହି ପାସଓ୍ଵାର୍ଡ ଦିଆଗଲେ ମେସିନ୍ ଖୋଲିବ। ତେଣୁ ଏହା ବିଷୟରେ ଜାଣିଥିବା କେହି ଲୁଟେରା ଏପରି କରିଥିବା ସନ୍ଦେହ କରାଯାଉଛି। ନଚେତ୍ ସାଇବର ଅପରାଧୀ ମେସିନ୍ ସର୍ଭରକୁ ହ୍ୟାକ୍ କରି ଟଙ୍କା ଲୁଟ୍ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ଏହି ଦୁଇ ପ୍ରକାର ଲୁଟ୍ ଘଟଣା ପୂର୍ବରୁ ରାଜଧାନୀରେ ଘଟିସାରିଛି ଓ ଅପରାଧୀମାନେ ମଧ୍ୟ ଧରାପଡ଼ିଛନ୍ତି।ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ସହଯୋଗୀ ଅରମାନ ଏବଂ ଅରୁଣାଭାଙ୍କୁ ଗିରଫ କଲା ପୁଲିସ
ନୂଆଦିଲ୍ଲୀ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ | ପଶ୍ଚିମବଙ୍ଗ ପୁଲିସ ଆଜି ହଲଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି। ଏହି ଦୁଇ ସହଯୋଗୀମାନେ ହେଲେ ଅରମାନ ଭୋଳୋ ଏବଂ ଅରୁଣାଭା କୁଇଟି । ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ସାତୋଟି ଅଫୁଟା ଗୁଳି ମଧ୍ୟ ଜବତ କରିଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ମତଦାନ ପରେ ହୋଇଥିବା ହିଂସାକୁ ନେଇ ଦଳର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏହାପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଦଳର ବିଧାୟକଙ୍କ ଏକ ପ୍ରତିନିଧି ଦଳ ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଟୁଇଟରରେ ସେ ଲେଖିଥିଲେ ଯେ, ବିଜେପି ବିଧାୟକଙ୍କ ଏକ ବଡ ପ୍ରତିନିଧୀ ଦଳ ଆଜି ମାନ୍ୟବର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ବଙ୍ଗଳାରେ ଘଟୁଥିବା ଅନେକ ଅନୁପଯୁକ୍ତ ଘଟଣା ସମ୍ପର୍କରେ ଅବଗତ କରାଇବେ ଏବଂ କୋଲକାତାର ରାଜ ଭବନରେ ଏନେଇ ଆଲୋଚନା ହେବ । ଅଧିକାରୀ ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ପରର ହିଂସା ବିଷୟରେ ଅବଗତ କରାଇଥିଲେ ।
Related Stories
February 14, 2024