ବରୀ(ରତ୍ନଗିରି ନ୍ୟୁଜ)୨/୮ : ଶିକ୍ଷକତା ପେଶା ନଥିଲା, ଅଲା ନିଶା। ତାଙ୍କର ନିଆରା ଢଙ୍ଗରେ ଶିକ୍ଷାଦାନ, ଛାତ୍ର ଛାତ୍ରୀ, ଅଭିଭାବକ ଓ ସେହି ବିଦ୍ୟାଳୟର କର୍ମଚାରୀ ମାନଙ୍କ ସହିତ ତାଙ୍କର ଅମାୟିକ ବ୍ୟବହାର ଯୋଗୁ ଚାକିରୀ ଜୀବନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ମତ ରଖୁଛନ୍ତି । ବର୍ତମାନର ବିଧାୟିକା ଏହି ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରି ଶିକ୍ଷକ ମାନଙ୍କର ଆଦର୍ଶ, ନିଷ୍ଠା, କର୍ତବ୍ୟପରାୟଣତା ତାଙ୍କୁ ମାର୍ଗଦର୍ଶନ ଦେଇଛି ବୋଲି ଉକ୍ତ ସ୍ମୃତିଚାରଣ ସଭାରେ ଯୋଗଦେଇ ମତ ରଖିଥିବା ବେଳେ ଭାବ ବିହ୍ବଳ ହୋଇପଡିଥିଲେ l ମଙ୍ଗଳବାର ସ୍ଥାନୀୟ କୃପାସିନ୍ଧୁ ବିଦ୍ୟାଭବନ ପରିସରରେ ଏହି ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ସ୍ତର୍ଗତ ଅଦ୍ଵୈତ ବଲ୍ଲଭ ଜେନାଙ୍କ ସ୍ମୃତିଚାରଣ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତିରଞ୍ଜନ ସାହୁ ସଭାପତିତ୍ୱ କରିଥିଲେ । ସର୍ଗତ ଶ୍ରୀ ଜେନା ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଅନୁଷ୍ଠାନ । ତାଙ୍କର ବିୟୋଗ ବରୀ ଅଂଚଳର ଶିକ୍ଷା ଜଗତରେ ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ ଥିବା ବକ୍ତାମାନେ ମତ ରଖୁଥିଲେ । ଉକ୍ତ ସ୍ମୃତିଚାରଣ ସଭାରେ ବରୀ ବିଧାୟିକା ଶ୍ରୀମତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ଦେବପ୍ରସାଦ ସାମଲ ଯୋଗଦେଇ ଗୁରୁ-ଶିଷ୍ୟର ସମ୍ପର୍କ କେଉଁ ଆବାହମାନ କାଳରୁ କେତେ ଯେ ଘନିଷ୍ଠ ତାହା ପୁରଣା ବନ୍ଦିତ । ଆଜିର ସମାଜରେ ଗୁରୁ/ଶିଷ୍ୟଙ୍କ ମଧ୍ୟରେ ଶିକ୍ଷାଦାନ ସମୟରେ ଭାବର ଆଦାନ ପ୍ରଦାନ ସେମାନଙ୍କୁ ଶୀର୍ଷ ସ୍ତରରେ ପହଁଚାଇ ପାରିବ ବୋଲି ଗୋପବନ୍ଧୁ ଚୌଧୁରୀ
ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ମିଶ୍ର ମତ ରଖୁଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲାପରିଷଦସଭ୍ୟ
ଅଶୋକ ସାମଲ, ସ୍ଥାନୀୟ ସରଫଚ ମାନସ ରଞ୍ଜନ ଜେନା, ସମାଜସେବୀ ଅରବିନ୍ଦ ମହାନ୍ତି, ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ
କୁମାର ଦାଶ, ସମାଜସେବୀ ବିଷ୍ଣୁ ଚରଣ ମହାନ୍ତି, କର୍ଣ୍ଣଚନ୍ଦ୍ର ଘଡାଇ, ମକରଧ୍ଵଜ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ତର୍ଗତ ଜେନାଙ୍କର ଜୀବନୀ
ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ସଞ୍ଜୟ କୁମାର ବେହେରା, ଭରଦ ସେଠୀ, ସତ୍ୟଜିତ ବାରିକ,
ସ୍ମରଜିତ ମହାନ୍ତି, ପାଣ୍ଡବ ଦ୍ବିବେଦୀ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିଜୟ ପଟାନୟକ ଅଭିଅ ପରିଚୟ ପ୍ରଦାନ
କରିଥିବା ବେଳେ ଦୁଷାର ମହାନ୍ତି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 1, 2024
November 25, 2024