ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହାଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡିଆଯୋର୍ ଗ୍ରାମର ଭତା ତିନି ମାସ ହେବ ଦେଇ ନ ଥିବାରୁ ଗଡିଆଯୋର ଗ୍ରାମ ବାସୀ ତୁରେକେଲା ବ୍ଲକ୍ କୁ ଅଭିଯୋଗ ଆଣିଥିବା ବେଳେ ତୁରେକେଲା ବ୍ଲକ ଅଧିକାରୀ ବ୍ଲକ୍ ଅଫିସ୍ ବନ୍ଦ୍ କରି କୁଆଡେ ଚାଲି ଯାଇଥିବା ଅଭିଯୋଗ କରି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ । ଏହି ଭତା ପଇସାରେ Eo ବି ଡ଼ିଓ ଏବଂ ବିପିଓ ଖାଇସ୍ତନୀ ଅଛି ସେଥି ପାଇଁ ସେମାନେ ବ୍ଲକ୍ କାର୍ଯ୍ୟାଳୟ ବନ୍ଦ୍ କରି କୁଆଡେ ଚାଲି ଯାଇଛନ୍ତି ବୋଲି ଗଡ଼ିଆଯୋର୍ ଗ୍ରାମ ବାସୀ କହିଛନ୍ତି । ଏହି ଅଭିଯୋଗରେ ଗ୍ରାମ ବାସୀ ଙ୍କ ସହ ବିଜେଡି ବ୍ଲକ୍ ସଭାପତି ଆଶାଦୁଳ୍ଲା ଖାଁ ,ସମିତି ସଭ୍ୟ ଚାଉଳଶୁଖା ଗିରିସିଂ ମାଝୀ, ବିଜେଡ଼ି ସାଧାରଣ ସଭ୍ୟ ବଲାଙ୍ଗୀର ବିଶ୍ୱଜିତ୍ ସାହୁ , ବିଜେଡ଼ି ଉପ ବ୍ଲକ୍ ସଭାପତି ଉତ୍ତମ କୁମାର ପାନିକା, ମାହାଖଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଯୋଗା କୁମ୍ଭାର, କଣ୍ଟାବାଞ୍ଜି ଏନ୍ ଏ ସି ଯୁବ ବିଜେଡ଼ି ସଭାପତି ବିଷ୍ଣୁ ପ୍ରସାଦ ଯୁଆଡ ସମେତ ସାମିଲ ଥାଇ ପେନସନ ର ପଦକ୍ଷେପ ଅତି ଶୀଘ୍ର ନିଆ ଯାଇ ନ ହେଲେ ଆଗକୁ ବହୁତ୍ ବଡ଼ ଆନ୍ଦୋଳନ କରିବୁ ବୋଲି ଚେତା ବନି ଦିଛନ୍ତି ।
Related Stories
December 1, 2024
November 25, 2024