ବରୀ (ରତ୍ନଗିରି ନ୍ୟୁଜ) : ସାମ୍ପ୍ରତିକି ସ୍ଥିତିରେ ସମାଜସେବା କରିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନଥିବାବେଳେ ପରିଣତ ବୟସରେ ସମାଜ ପାଇଁ ଉଦାହରଣ ପାଲଟିଥିବା ବନବିହାରି ଦାସଙ୍କ ୮୬ତମ ଜନ୍ମବାର୍ଷିକୀ ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଉଦୟପୁର ଗ୍ରାମରେ ପାଳିତ ହୋଇଯାଇଛି । ଗ୍ରାମସ୍ଥ ନୃସିଂହ ମଠରେ ଏ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରୁକ୍ମଣୀ କୁଞ୍ଜ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଦାସଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଗ୍ରାମର ଉନ୍ନତି ଦିଗରେ ନିଜର ଆପ୍ରାଣ ଉଦ୍ୟମ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଗାୟକ କୁଳମଣି ରାଉତ, ସହଯୋଗୀ ଏବଂ ଗ୍ରାମବାସୀମାନଙ୍କ ଦ୍ୱାରା ଭଜନ, କୀର୍ତ୍ତନ ମାଧ୍ୟମରେ ତିନିଗୋଟି ବିମାନଙ୍କୁ ଆବାହନ କରି ନିଆରା ମଣିଷ ଶ୍ରୀ ଦାସଙ୍କୁ ଜନ୍ମ ଦିନ ଅବସରରେ ଦେବାଶ୍ରୀବାଦ ପ୍ରଦାନ କରାଯାଇଥିଲା ।
ସୂଚନା ଅନୁଯାୟୀ ଶ୍ରୀ ଦାସଙ୍କ ଦ୍ୱାରା ଏହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗଢ଼ାଯାଇ ଥିବା ରୁକ୍ମିଣୀ କୁଞ୍ଜ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ନୃସିଂହ ମଠର ପୁଷ୍କରିଣୀ ପୁନରୁଦ୍ଧାର, ବୃକ୍ଷରୋପଣ, ମନ୍ଦିର ବେଢ଼ା ନିର୍ମାଣ ଆଦି କାର୍ଯ୍ୟ ହାତକୁ ନିଆଯାଇଛି । ଯେଉଁଥିରେ ଶ୍ରୀ ଦାସ ଅକୁଣ୍ଠିତ ସହଯୋଗ କରି ଆସିଛନ୍ତି । ଯାହା ତାଙ୍କର ବଦାନ୍ୟତାର ପରିଚୟ ଦିଏ ବୋଲି ପୂର୍ବତନ ସରପଞ୍ଚ ଦେବବ୍ରତ ଦାଶ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ବିରଞ୍ôଚ ନାରାୟଣ ମହାନ୍ତି, ଅଜୟ କୁମାର ଦାସ, ବଦ୍ରିନାରାୟଣ ମହାନ୍ତି, ଅକ୍ଷୟ କୁମାର ଦାସ, ସୁଧାଂଶୁ ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନରେ କେବଳ ମଠ ନୁହେଁ ଏହା ସହ ଗ୍ରାମର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ବିରଞ୍ôଚ ମହାନ୍ତି ପ୍ରକାଶ କରିଛନ୍ତି ।
Related Stories
December 1, 2024
November 25, 2024