ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଆଉ ଗୋଟିଏ ଦିନ ପରେ ସରୁଛି ଗାଇଡଲାଇନର ଅବଧି । ଅଗଷ୍ଟ ପହିଲାରୁ ଲକଡାଉନ୍ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର । ଅପରାହ୍ନ ସାଢ଼େ ୩ଟାରେ ଆସିବ ଅଗଷ୍ଟ ଗାଇଡଲାଇନ୍ । ଏସଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଦେବେ ।
ତେବେ ଅଗଷ୍ଟ ୧ ପରେ କ’ଣ ହେବ କଟକଣା, ସେନେଇ ଆଜି ଘୋଷଣା କରିବେ ରାଜ୍ୟ ସରକାର । SRCଙ୍କ ଘୋଷଣା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ ବୋଲି ଆଶଙ୍କା ରହିଛି ।
Related Stories
December 1, 2024
November 25, 2024