ବୁଗୁଡ଼ା (ରତ୍ନଗିରି ନ୍ୟୁଜ) ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଶତ୍ରୁତା ଅଧିକ ବଢ଼ିବାରେ ଲାଗିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ଦେଖିବାକୁ ମିଳିଛି। ରାଜନୈତିକ ଶତ୍ରୁତା କାରଣକୁ ନେଇ ଜିଆରଏସ୍ ସୁକାନ୍ତ ପାଣିଗ୍ରାହୀଙ୍କୁ ଆଜି ଛୁରୀ ମାଡ଼ ହେଉଛି। ସୁକାନ୍ତ ନିଜ ଗ୍ରାମ କଳମ୍ବ ଠାରୁ ବାଇକରେ ବୁଗୁଡା ଆସୁଥିବା ବେଳେ ସେହି ଅଞ୍ଚଳର ପୂର୍ବତନ ସରପଞ୍ଚ ଙ୍କ ପୁଅ ତାଙ୍କୁ ଲିଫ୍ଟ ମାଗିବା ବାହାନାରେ ଅନ୍ତରପଡ଼ା ରୋଡ଼ ଠାରେ ଅଟକାଇ ଥିଲା l ସୁକାନ୍ତ ଲିଫ୍ଟ ଦେବାକୁ ବାଇକ ରଖୁ ରଖୁ ହଠାତ୍ ତାଙ୍କୁ ଛୁରିରେ ଜଙ୍ଘ ଓ ପେଟକୁ ମାଡ଼ କରି ସେଠାରୁ ପଳାଇ ଯାଇଥିଲା। ସୁକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ କିଛି ସାଙ୍ଗ ଆସି ତାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ଡାକ୍ତରଖାନାକୁ ଆଣିଥିଲେ। ସେଠି ସୁକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁର ଯିବା ରାସ୍ତାରେ ହିଁ ସୁକାନ୍ତର ମୃତ୍ୟୁ ହେଇଥିଲା l ରାଜନୈତିକ କାରଣ ଲାଗି ଏଇ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ଇଲେକ୍ସନ ଲାଗି ଏମିତି ଏକାଧିକ ମୁଣ୍ଡ ଗଡିପାରେ ଭାବି ଲୋକ ଏବେଠାରୁ ଭୟଭୀତ ହେବାକୁ ଲାଗିଲେଣି। ତେଣୁ ପ୍ରଶାସନ ଅଧିକ ରୁ ଅଧିକ ଶକ୍ତ ହେବା ସହ ମୃତ ସୁକାନ୍ତଙ୍କ ପରିବାରଙ୍କୁ କିପରି ନ୍ୟାୟ ଦେଈ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା l
Related Stories
November 8, 2024