ବରୀ(ରତ୍ନଗିରି ନ୍ୟୁଜ) :- ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଲପଡା ପଞ୍ଚାୟତର କାକୁଡିକୁଦ ନୀଳକଣ୍ଠପୁରଠାରେ ଗଢି ଉଠିଥିବା ସମାଜସେବୀ ସଂଗଠନ ଗ୍ରୀନ୍ଷ୍ଟାର ୟୁଥ୍ କ୍ଳବ୍ର ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ବିଶିଷ୍ଟ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭରତ ଚନ୍ଦ୍ର ଭଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଭିନେତ୍ରୀ ଦିପ୍ତିରାଣୀ ପଣ୍ଡା, ସମ୍ମାନିତ ଅତିଥିଭାବେ ଲେଖକ ଅନିଲ କୁମାର ଜେନା, ଗୀତିକାର ତଥା ଶିଶୁ ସାହିତ୍ୟିକ ଡଃ ଅଜୟ କୁମାର ଜେନା, ମୁଖ୍ୟବକ୍ତାଭାବେ ଅଭିନେତା ଅଚ୍ୟୁତାନନ୍ଦ ସ୍ୱାଇଁ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥିଭାବେ ବୁଦ୍ଧଦେବ ଟ୍ରଷ୍ଟର ମୁଖ୍ୟ ଅଟଳ ବିହାରି ଜେନା, ଝାଲପଡା ସରପଞ୍ଚ ଭାରତୀ ମଲିକ, ସମିତିସଭ୍ୟ ନିର୍ମଳ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ସାଧାରଣଜ୍ଞାନ ଓ ସନ୍ଧ୍ୟାର ବିଭିନ୍ନ ପତିଯୋଗିତାର କୃତି ପ୍ରତିଯୋଗୀଙ୍କ ସହ ବିଭିନ୍ନ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଭାପତି ରଜେଶ କୁମାର ଜେନା, ଉପସଭାପତି ପବିତ୍ର ସାହୁ, ସମ୍ପାଦକ ବିକ୍ରମ କୁମାର ଜେନା, ପ୍ରଭଞ୍ଜନ ଜେନା, ଅନିଲ ରାୟ, ସାଗର ସାହୁ, ସୌମ୍ୟ ସାହୁ ଓ ପୁପୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

