ସାନଖେମୁଣ୍ଡି(ରତ୍ନଗିରି ନ୍ୟୁଜ)୩୧/୦୧ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ସରପଞ୍ଚ, ସମିତି ମେମ୍ବର ଓ ଜିଲ୍ଳା ପରିଷଦ ପ୍ରାର୍ଥୀ ମାନେ ନିଜର ପ୍ରଚାର ପାଇଁ କରିବାକୁ ଥିବା ଖର୍ଚ୍ଚ ର ବିବରଣୀ ଓ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ଆନୁସଙ୍ଗିକ ନିୟମ କୁ ପାଳନ ସହକାରେ କିଭଳି ସୁଚାରୁ ରୂପେ ନିର୍ବାଚନ ପ୍ରଚାର ପ୍ରକ୍ରିୟା କୁ ପାଳନ କରିପାରିବେ ଏହାକୁ ନେଇ ଏକ ତାଲିମ ତଥା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସାନଖେମୁଣ୍ଡି ନିର୍ବାଚନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକ ରେ ସବୁ ପଂଚାୟତ ର ସରପଞ୍ଚ ଓ ସମିତି ମେମ୍ବର ପାଇଁ ନିର୍ବାଚନ ପ୍ରତିନ୍ଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ଉପସ୍ଥିତ ଥିଲେ I ବୈଠକ ରେ ବ୍ଲକ ପ୍ରଶାସନ ଦ୍ୱାରା ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ ସଂକ୍ରାନ୍ତୀୟ ଖର୍ଚ୍ଚ ର ସମସ୍ତ ହିସାବ ବିବରଣୀ ତଦାରଖ ସହକାରେ ମହଜୁଦ ରଖିବେ ଏବଂ ଫଳାଫଳ ପ୍ରକାଶିତ ପରେ ଦାଖଲ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିବା ସହ ପ୍ରଚାର ସମୟ ରେ କୋଭିଡ ନିୟମ କୁ ସୁଚାରୁରୂପେ ପାଳନ ଓ ଡିଜିଟାଲ ପ୍ରଚାର କୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା ଶାନ୍ତିଶୃଙ୍ଖଳା ସହକାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିନ୍ଦ୍ବନ୍ଦୀ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ କୁ ବାଦ ଦେଇ କାର୍ଯ୍ୟକରିବାକୁ କୁହାଯାଇଥିଲା ଜନମତ୍ତ କୁ ପ୍ରଭାବିତ କରିବା ପାଇଁ ଆର୍ଥିକ ଓ ନିଶାଦ୍ରବ୍ୟ କାରବାର କିମ୍ବା ଅନ୍ୟ କୌଣସି ହିଂସାତ୍ମକ କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ର ନଜର କୁ ଆଣିବାକୁ କୁହାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ରାଜନୈତିକ ଦଳର ପ୍ରତିଦ୍ବନ୍ଦୀ ମାନଙ୍କ ଉପସ୍ଥିତ ସହ ଜିପିଓ ବୈଜୟନ୍ତୀ ମୁଣ୍ଡା, ଏଓ ସଂଜିତ ସୁମନ ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ : ରଘୁନାଥ ନାୟକ, ସାନଖେମୁଣ୍ଡି
Related Stories
December 1, 2024
November 25, 2024