ବୁଗୁଡ଼ା (ରତ୍ନଗିରି ନ୍ୟୁଜ): ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ବାଲିପଦର ଠାରେ ଚଳିତ ଶିକ୍ଷାବର୍ଷ ୨୦୨୧-୨୦୨୨ ଯୁକ୍ତ ଦୁଇ ଛାତ୍ର ଛାତ୍ରୀମାନଙ୍କୁ ମହା ବିଦ୍ୟାଳୟ ପ୍ରବେଶ ଉତ୍ସବ ତଥା ଇଣ୍ଡକ୍ ସନ୍ କ୍ଲାସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଦୀକ୍ଷା ଗ୍ରହଣ ଉତ୍ସବରେ ପ୍ରଥମେ +୨କଳା ଓ +୨ବିଜ୍ଞାନ ଛାତ୍ର ଛାତ୍ରୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ କର୍ମଚାରୀ ମାନେ ଫୁଲ ଚନ୍ଦନ ଦେଇ ସ୍ବାଗତ କରା ଯାଇଥିଲା ।
ଏହି ଅବସରରେ ଅନୁଷ୍ଠିତ ଦୀକ୍ଷା ଗ୍ରହଣ କ୍ଳାସରେ ଅଧ୍ୟାପକ ସର୍ବଶ୍ରୀ ସରୋଜ କାନ୍ତ ଦାସ, ବିଭୁତି ଭୁଷଣ ବେବର୍ତ୍ତା, ସୁଶାନ୍ତ କୁମାର ପଣ୍ଡା, ଶିଶିର କୁମାର ନାୟକ, ଅଧ୍ୟାପିକା ସ୍ମିତା ରାଣୀ ସାହୁ, ଡି.ଇ.ଓ ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ, କେରିଏର୍ କାଉନସିଲଙ୍ଗ୍, ଶିକ୍ଷାଦାନ ବ୍ୟବସ୍ଥା, ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ମହାବିଦ୍ୟାଳୟରେ ପାଚୀନ ଗୁରୁ ପରଂରାରେ ଦୀକ୍ଷିତ ହୋଇ ଶୃଙ୍ଖଳିତ ଭାବେ ଶିକ୍ଷା ଅର୍ଜନ ପାଇଁ ପରାମର୍ଶ ପ୍ରଦାନ କରିଥିଲେ।
ଶିକ୍ଷାନୁଷ୍ଠାନରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ ବାଧ୍ୟତାମୂଳକ ଭାବେ ପାଳନ କରି ପ୍ରଥମେ ଜୀବନ ଓ ପରେ ଶିକ୍ଷା ସମ୍ପର୍କିତ ତଥ୍ୟକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ଶେଷରେ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।