ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) :- ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ବାବୁ ହାମାନଙ୍କ ସହଯୋଗ ରେ ମତ ଦlନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦାଖଲ, ଧମକ ଚମକ ଇତ୍ୟାଦି ଘଟଣା ଘଟିଛି l ସ୍ଵାଧୀନ ଓ ନିରପେକ୍ଷ ମତ ଦାନକୁ ସାବ୍ୟସ୍ତ କରିବା କ୍ଷେତ୍ରରେ ନିର୍ବାଚନ କମିଶନ ସରକାରୀ ଅଫିସର ମାନଙ୍କୁ ଯେଉଁ ଦାୟିତ୍ଵ ଦେଇଥିଲେ, ସେଥିରେ ସେମାନେ କେବଳ ଅବହେଳା କରି ନାହାନ୍ତି, ଅପରନ୍ତୁ ଶାସକ ଦଳ ସହିତ ମିଶି ମତ ଦାନ ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରିଛନ୍ତି l ସିଂଲl ଥାନା ଅଧିକାରୀ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ l ବସ୍ତା ବ୍ଲକ ର କlଦରୟାନ, କାରୁଆ ଇତ୍ୟାଦି ବିଭିନ୍ନ ବୁଥ ରେ ତାଙ୍କ ସହଯୋଗ ଓ ପ୍ରରୋଚନାରେ ବୁଥ ଦକଲ, ରିଗିଂ, ଫଲ୍ସ ଭୋଟିଂ ହୋଇଛି l
କାଦରାୟାନ ର ୭, ୮ , ୯ ନମ୍ୱର୍ ବୁଥ ସମେତ ଅନ୍ୟାନ୍ୟ ବୁଥ ଗୁଡ଼ିକ ଅତ୍ୟନ୍ତ ସମବେଦନ ଶିଲ l ୨୦୧୭ ପଞ୍ଚାୟତ ନିର୍ବାଚନ ରେ ଏଠାରେ ବ୍ୟାପକ ହିଂସା କାଣ୍ଡ ଓ ପୋଡ଼ା କଳା ହୋଇଥିଲା l ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବୁଥ ଦାଖଲ ଓ ରିଗିଙ୍ଗ ହୋଇଥିବା ଯୋଗୁଁ ପୁନଃ ନିର୍ବାଚନ ହୋଇଥିଲା l ଏକଥା କୁ ସିଂଲl ଥାନାର ଭାର ପ୍ରାପ୍ତ ଅଧିକାରୀ ଭଲ ଭାବରେ ଜାଣନ୍ତି l ତା ସତ୍ବେ ସେ ଏଠାରେ କୌଣସି ପ୍ରତିକାର କଲେ ନାହିଁ l ଏପରିକି ନିର୍ବାଚନ ପୂର୍ବରୁ ସମ୍ବେଦନଶିଳ ବୁଥ ଗୁଡିକରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବାର ବ୍ୟବସ୍ଥା ଥିଲା ବେଳେ ସେ ଜାଣି ଶୁଣି ଏଠାରେ ଫ୍ଲାଗ ମାର୍ଚ୍ଚ କରି ନାହାନ୍ତି l ଏପରିକି ପାଖ ଆମ୍ବକୁଡ଼୍ଚଚି ଗାଁ ରେ ଫ୍ଲାଗ ମାର୍ଚ୍ଚ ହେଲା କିନ୍ତୁ କlଦରୟାନରେ ଜାଣି ଶୁଣି ଫ୍ଲାଗ ମାର୍ଚ୍ଚ କରାଗଲା ନାହିଁ l ନିର୍ବାଚନ ଦିନ ଯେଉଁ ବ୍ୟାପକ ପୁଲିସ ମୁତୟନ ହେବା କଥା ତାହା ମଧ୍ୟ ହେଲାନାହିଁ l
ଶାସକ ଦଳର ୧୬ ନମ୍ୱର୍ ଜୋନ୍ ର ଜିଲ୍ଲା ପରିଷଦ ର ପ୍ରାର୍ଥୀ ଏଠାରୁ ନିର୍ବାଚନ ଲଢୁ ଛନ୍ତି l ତାଙ୍କ ସ୍ବାମୀଙ୍କ ବାଲି ଓ ଅନ୍ୟାନ୍ୟ ବ୍ୟବସାୟ ରେ ଆଇ ଆଇ ସି ଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ରହିଛି l ତେଣୁ ଜାଣି ଶୁଣି ଓ ତାଙ୍କର ପ୍ରତ୍ୟକ୍ଷ ପ୍ରୋତ୍ସାହନ ରେ ଏହି ପଞ୍ଚାୟତରେ ଥିବା ବିଭିନ୍ନ ବୁଥ ରେ ଭୋଟ ଜାଲିଆତି ହୋଇଛି l ଜବରଦସ୍ତି କରି କିଛି ଲୋକ ଅନ୍ୟ ମାନଙ୍କ ଭୋଟ ଦେଇଛନ୍ତି l ଏହା ପୋଲିସ ଅଧିକାରୀଙ୍କ ଜନତା ରେ ହୋଇଛି l ତାଙ୍କୁ ବାରମ୍ବାର ଅନୁରୋଧ ସତ୍ବେ ସେ ଏହାକୁ ଏଡାଇ ଯାଇଛନ୍ତି l ଏହି ପଞ୍ଚାୟତ ର ସମସ୍ତ ୧୮ ଟି ବୁଥ ସମେତ ଅନ୍ୟ ପଞ୍ଚାୟତର ଯେଉଁ ସବୁ ବୁଥରେ ଯେଉଁଠି ଭୋଟ ଦlନରେ ଜାଲିଆତି ହୋଇଛି ସେଠାରେ ପୁନଃ ଭୋଟ ପାଇଁ ଦାବି କରିବା ସହିତ ସଂପୃକ୍ତ ପୋଲିସ ଅଧିକାରୀ ଙ୍କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରିବା ପାଇଁ କଂଗ୍ରେସ ଦାବି କରିଛି l
ସେହି ପରି କରୁଆ ପଞ୍ଚାୟତ ରେ ସାନ ପଢ଼ିଆରିପୁର ଗାଁ ରେ ଶାସକ ଦଳ ର ଲୋକ ମାନେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ଏଜେଣ୍ଟକୁ ବସିବାକୁ ଦେଇ ନାହାନ୍ତି l ଏଠାରେ ମୃତ ବ୍ୟକ୍ତି ଓ ଉପସ୍ଥିତ ନଥିବା ବ୍ୟକ୍ତି ଙ୍କ ଭୋଟ ଦିଆ ଯାଇଛି l କଂଗ୍ରେସ ଦଳର କର୍ମୀ ମାନଙ୍କୁ ଅଟକ ରଖି ଧମକ ଚମକ୍ ଦିଆ ଯାଇଛି l ଦାୟିତ୍ଵରେ ଥିବା ସେହି ପୋଲିସ ଅଫିସର ସିଂଲl ଥାନା ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ ସେ କିଛି ନ ଶୁଣି ଏହାକୁ ଏଡାଇ ଦେଇଥିଲେ l
ବପ୍ରକାଶ ଥାଉ କି ୨୬ ନମ୍ୱର୍ ଜୋନ୍ ର ସମ୍ବେଦନଶିଳ ବୁଥ ଗୁଡ଼ିକ ବିଷୟରେ ନିର୍ବାଚନ ପୂର୍ବରୁ ଏଠାକାର କଂଗ୍ରେସ ପ୍ରାର୍ଥୀନୀ ଅଞ୍ଜଳି ପ୍ରଧାନ ନିର୍ବାଚନ କମିଶନ ଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ସି ସି ଟିଭି କ୍ୟାମେରା ଲଗାଇବା, ଆବଶ୍ୟକ ମୁତାବକ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ନିବେଦନ କରିଥିଲେ l କଂଗ୍ରେସ ନେତା ତଥା ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ମଧ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ମୁକ୍ତ ତଥା ନିରପେକ୍ଷ ମତଦାନ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସେମାନେ ଶ୍ରୀ ଦାସଙ୍କୁ ପ୍ରତିଶ୍ରୁତି ଦେଇଥିଲେ l ମାତ୍ର ଦୁର୍ଭାଗ୍ୟର ବିଷୟ କୌଣସି ପଦକ୍ଷେପ ନିଆ ଗଲାନହିଁ l ଏଥିରୁ ପ୍ରମାଣିତ ଯେ ନିର୍ବାଚନ କମିଶନ ରାଜ୍ୟ ସରକାର ଙ୍କ ସଖୀ କଣ୍ଢେଇ ପାଲଟିଛନ୍ତି ଓ ସେମାନଙ୍କ ଅଧିକାରୀ ମାନେ ଶାସକ ଦଳର ଏଜେଣ୍ଟ ଭାବରେ କାମ କରୁଛନ୍ତି l ଏହା ଗଣତନ୍ତ୍ର ପ୍ରତି ଚରମ ଉପହାସ ବୋଲି କଂଗ୍ରେସ ଦଳର ଜଳେଶ୍ୱର ନେତା ତଥା ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି l
ପୁରୁଷୋତ୍ତମପୁର ପଞ୍ଚାୟତ ର ୪ ନମ୍ୱର୍ ବୁଥରେ ମଧ୍ୟ ଅନିମୟିତତା ର ନଜିର ଅଛି l ଯେଉଁ ସବୁ ପଞ୍ଚାୟତ ର ବୁଥ ଗୁଡିକରେ ଏହି ଭଳି ଅଭିଯୋଗ ଆସିଛି, ତାର ବିହିତ ତଦନ୍ତ ସହିତ ସେହି ସ୍ଥାନ ଗୁଡିକରେ ପୁନଃ ମତ ଦାନ ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀ ଯଥା ସିଂଲl ଆଇ ଆଇ ସି, ବସ୍ତା ତହସିଲଦାର, ବିଡ଼ିଓ ଇତ୍ୟାଦି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଦାସ ଦାବି କରିଛନ୍ତି l ଏମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରେ ମତ ଦାନରେ ଜାଲିଆତି ହୋଇଛି ଏବଂ ନିର୍ବାଚନ କମିଶନ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ନେବାକୁ କଂଗ୍ରେସ ଦାବୀ କରିଛି l
Related Stories
December 9, 2024
December 1, 2024