ଭୂବନେଶ୍ୱର(ରତ୍ନଗିରି ନ୍ୟୁଜ ୨୧/୧୨: ରାଜ୍ୟ ରାଜସ୍ୱ ଅର୍ଥରେ ବ୍ୟୟବହୁଳ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ କଲେ । ଉଭୟ ବିଏସକେୱାଇ ଯୋଜନା ଏବଂ ସ୍ୱାସ୍ଥ୍ୟ ସ୍ମାର୍ଟ କେବଳ ନିର୍ବାଚନୀ ଧୂଆଁ ବାଣ ଏବଂ ବାସ୍ତବରେ ଏହି ଯୋଜନାରେ କୈାଣସି ଗରୀବ ରୋଗୀ ଲାଭାନ୍ୱିତ ହେବେ ନାହିଁ ବରଂ ହଇରାଣର ଶିକାର ହେଉଛନ୍ତି ବୋଲି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଭଲ ଭାବେ ହୃଦୟଙ୍ଗମ କରିସାରିଛନ୍ତି । ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ଏଥିରୁ ବଂଚିିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଆଉ ଗୋଟିଏ ହୀନ ଏବଂ ଜନବିରୋଧୀ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।
ପଂଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଯାଉଛି । ଏହି ସମୟରେ ହିତାଧିକାରୀମାନଙ୍କ ବ୍ୟାଂକ ଆକାଉଂଟକୁ ଟଙ୍କା ନ ପଠାଇ ଅଧିକାରୀମାନଙ୍କ ଜରିଆରେ ହିତାଧିକାରୀମାନଙ୍କ ହାତରେ ନଗଦ ଟଙ୍କା ପ୍ରଦାନ କରି ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ହୀନ ପ୍ରୟାସ ଶାସକ ବିଜେଡି କରିଛି । କୋଭିଡ୍ ସହାୟତା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଜୀବିକା ମିଶନରେ ପଠାଇଥିବା ପର୍ଯ୍ୟାପ୍ତ ପରିମାଣର ସହାୟତା ଟଙ୍କାକୁ ହଡପ୍ ଓ ଚଂଚକତା କରି ସେହି ଅର୍ଥକୁ ସଠିକ ସମୟରେ ନଦେଇ ବର୍ତମାନ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଆପାଣାଇବା ପାଇଁ ଦଳୀୟ ଭିତିରେ ଟଙ୍କା ବାଂଟୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଆଗାମୀ ପଂଚାୟତ ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ସପକ୍ଷରେ ଓଡିଶାବାସି ଭୋଟ ଦେବେ ନାହିଁ ବୋଲି ଭଲ ଭାବେ ଜାଣିସାରିଛନ୍ତି । ତେଣୁ ନିର୍ବାଚନକୁ ପ୍ରଭାବିତ କରି ଭୋଟ ହାତେଇବା ପାଇଁ ଶାସକ ବିଜେଡି ନିର୍ବାଚନ ପୂର୍ବରୁ ଟଙ୍କା ବାଂଟିବାର ଉଦ୍ୟମ ଆରମ୍ଭ କରିଦେଇଛି । ଏପରିକି ପଂଚାୟତ ନିର୍ବାଚନ ଚାଲୁଥିବା ସମୟରେ ମଧ୍ୟ ଏହି ଟଙ୍କାକୁ ବଂଟନ କରି ଭୋଟ ହାତେଇବାର ଅତ୍ୟନ୍ତ ହୀନ ଷଡଯନ୍ତ୍ର ଶାସକ ବିଜେଡି ତରଫରୁ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Related Stories
December 1, 2024