ଭୂବନେଶ୍ୱର (ରତ୍ନଗିରି ନ୍ୟୁଜ )୨୧/୧୨: କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଦେଶରେ ସୁଶାସନ ଅଧ୍ୟାୟ ପ୍ରାରମ୍ଭ ହୋଇଥିଲା ଏବଂ ଶାସନ କଳ ଓ ସାଧାରଣ ଜନତାଙ୍କ ଭିତରେ ଦୁରତ୍ୱ ହ୍ରାସ ପାଇଥିଲା । ଅନ୍ତଦ୍ୟୋୟ ଯୋଜନା ମାଧ୍ୟମରେ ସମାଜର ନିମ୍ନ ସ୍ତରରେ ବାସ କରୁଥିବା ବ୍ୟକ୍ତି କିପରି ସାମାଜିକ ନ୍ୟାୟ ପାଇବେ, ତାର ବ୍ୟବସ୍ଥା କରାଇଥିଲେ । ଦେଶର ସୁରକ୍ଷା ଓ ଅଖଣ୍ଡତା ପ୍ରତି ପ୍ରତିବଦ୍ଧତା ଥିଲେ । ବିତଶାଳୀ ରାଷ୍ଟ୍ରମାନଙ୍କ ଧମକକୁ ଭୃକ୍ଷେପ କରି ଭାରତବର୍ଷକୁ ପରମାଣୁ ଶକ୍ତି ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ପରିଗଣିତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱର୍ଗତଃ ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର ୨୫କୁ ପ୍ରତି ବର୍ଷ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି ଏବଂ ଚଳିତ ବର୍ଷ ମଧ୍ୟ ପାଳନ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି ବୋଲି ସୁଶାସନ ଓ କେନ୍ଦ୍ର ରାଜ୍ୟ ସଂପର୍କ ବିଭାଗର ରାଜ୍ୟ ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ ସୁଚନା ଦେଇଛନ୍ତି ।
ଏହି ଧାରାକୁ ବଜାୟ ରଖି ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶରେ ସୁଶାସନ ବଜାୟ ରଖିବାର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଭ୍ରଷ୍ଟାଚାର ଓ ଦୁର୍ନୀତିମୁକ୍ତ ଶାସନ ଦେବା ସହ ବହୁ ଗରୀବକଲ୍ୟାଣ ଯୋଜନାକୁ ଦେଶରେ ସଫଳତାର ସହ କାର୍ଯ୍ୟକାରୀ କରାଇ ବିଶ୍ୱରେ ଭାରତବର୍ଷର ସୁନାମ ପ୍ରତିଷ୍ଠା କରାଇଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚରଯୁକ୍ତ ଶାସକ ବିଜେଡିର କୁଶାସନ କାରଣରୁ ରାଜ୍ୟ ବିକାଶରେ ବାଧା ସୃଷ୍ଟି ହେବା ସହିତ ରାଜ୍ୟବାସୀ ନିଜ ହକ୍ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ଚଳିତ ବର୍ଷ ବିଜେପି ତରଫରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଉପଖଣ୍ଡ, ବ୍ଲକ ଏବଂ ପଂଚାୟତ ସ୍ତରରେ “ସୁଶାସନ ଦିବସ” ପାଳନ କରାଯିବ । ଏହି ଅବସରରେ ବିଜେପି କାର୍ଯ୍ୟକର୍ତାମାନେ ଗାଁ ଗାଁ ବୁଲି ମୋଦି ସରକାରଙ୍କ ସୁଶାସନ ଏବଂ ରାଜ୍ୟ ସରକାରଙ୍କ କୁଶାସନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ନାୟକ କହିଛନ୍ତି ।
Related Stories
December 1, 2024