ଭୁବନେଶ୍ବର (ରତ୍ନଗିରି ନ୍ୟୁଜ) :ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ଅବସରରେ ଗୀତିନାଟ୍ୟ ମହୋତ୍ସବ ପାଳନ ହୋଇଯାଇଛି । ଏହି ମହୋତ୍ସବରେ ଅତିଥି ଭାବେ ଓଡ଼ିଆ ଚଳଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅଶ୍ରୁମୋଚନ ମହାନ୍ତି, ବରିଷ୍ଠ ନାଟ୍ୟକାର ଶ୍ରୀ ପ୍ରବୋଧ ପଟ୍ଟନାୟକ, ସଙ୍ଗୀତ ନାଟକ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ଜେନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ଅବନୀ ମିଶ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଗଣକବି ବୈଷ୍ଣବ ପାଣିଙ୍କ ନିଜ ଜନ୍ମ ମାଟି କୋଠପଦା ମହଙ୍ଗାରୁ ଆସିଥିବା ବିନାୟକ କ୍ଲବ ତାଙ୍କର ଗୀତିନାଟ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଗୀତିନାଟ୍ୟ କର୍ଣ୍ଣବଧ । ଯାହାକୁ ଦେଖି ଦର୍ଶକ ମନେ ଅତି ଆନନ୍ଦିତ ହେବା ସହ ବହୁତ ପ୍ରଶଂସା କରିଥିଲେ । ଆସନ୍ତା ବର୍ଷ ଠାରୁ ଗଣକବିଙ୍କ ଜନ୍ମ ଜୟନ୍ତୀରେ ୩ ଦିନ ଧରି ଗୀତିନାଟ୍ୟ ମହୋତ୍ସବ ପାଳନ ହେବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ କହିଥିଲେ । କୋଭିଡ କଟକଣାକୁ ପାଳନ କରି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ଅବନୀ କୁମାର ମିଶ୍ର ପରିଚାଳନା କରିଥିଲେ ।