ବରୀ,(ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲାର ସର୍ବ ପୂରାତନ ମହା ବିଦ୍ୟାଳୟ ଯାହାକି ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ନାମରେ ସ୍ଥାପିତ ହୋଇଛି l ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଏହି କଲେଜରେ ଅନେକ ସମସ୍ୟା ରହିଛି ବୋଲି ଅଧକ୍ଷ ବିଷ୍ଣୁ ମିଶ୍ର ଗୁରୁବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗୋଟିଏ ଦିନ ପରେ ମାର୍ଚ୍ଚ ୩୧ ତାରିଖରେ ଶ୍ରୀ ମିଶ୍ର ଅବସର ନେବେ। ମହା ବିଦ୍ୟାଳୟରେ ଶ୍ରେଣୀ ଗୃହ,ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଆଦି ବିଭିନ୍ନ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୩୪ ବର୍ଷ ଚାକିରୀ କାଳରେ ଶିକ୍ଷା ବ୍ୟବସ୍ଥା ଉପରେ ନିଜର ଅନୁଭୂତି ବଖାଣିଛନ୍ତି । ଦେଶରେ ଶିକ୍ଷା ନୀତିରେ ପରିବର୍ତ୍ତନ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ସହିତ ସମାନ ପାଠ୍ୟକ୍ରମ ପ୍ରଚଳନ ପାଇଁ କହିଛନ୍ତି । ଜାତୀୟତା ଭାବ ସଂସ୍କୃତି ସମ୍ପର୍ଶ ପାଠ୍ୟକ୍ରମ ହେବା ଉଚିତ ବୋଲି କହିଛନ୍ତି, ସାମାଜର ସବୁ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଦେୟ ମୁକ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି l ୧୯୬୯ ଗ୍ରାଣ୍ଟ-ଇନ୍-ଏଡ଼ ପରିବର୍ତ୍ତନ, ୧୯୭୪ ଡାଇରେକ୍ଟ ପେମେଣ୍ଟ ବ୍ୟବସ୍ଥାକୁ ପୁନଃ ପ୍ରଚଳନ, ୧୯୭୪ ଗ୍ରାଣ୍ଟ ଇନ୍-ଏଡ୍ ନୀତିକୁ ବନ୍ଦ କରିବା ଆଦି କହିଛନ୍ତି, ଏସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାମ୍ବାଦିକ ମାନଙ୍କୁ କହିଛନ୍ତି । ରାଜ୍ୟ ରାଳଧାନୀ ଭୁବନେଶ୍ବରରେ ଏସବୁ ପ୍ରସଙ୍ଗ ନେଇ ପୁନର୍ବାର ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।
Related Stories
November 8, 2024