ବରୀ :: ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସେକ୍ ଜାବିର ଅଲ୍ଲୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥ୍ ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ମୁଖ୍ୟବକ୍ତା ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସମ୍ମାନିତ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଓ ନିମନ୍ତ୍ରିତ ଅତିଥିଭାବେ ରସୁଲପୁର ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ଦାସ, ଶିକ୍ଷାବିତ୍ ଆଲାଉଦ୍ଦିନ ଖାଁ, ବରିଷ୍ଠ ନେତା ଅବଦୁଲ ଦୟାନ ଖାଁ, ସଫିକ୍ ଖାଁ, ଆବୁଲ ହୋସେନ, ୟୁନୁସ ଅଲ୍ଲୀ, ଫଜଲା ଅଲ୍ଲୀ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ସମିତି ସଭ୍ୟ ରୁକସାନା ପରୱିନ, ମହେଶ୍ଵରପୁର ସରପଞ୍ଚ ଝରଣା ପାତ୍ର, ରାଉତରାପୁର ସରପଞ୍ଚ ସ୍ଵର୍ଣ୍ଣଲତା ସାହୁ, ମଙ୍ଗରାଜପୁର ସରପଞ୍ଚ ଜୟନ୍ତୀ ସାହୁ, ସମିତି ସଭ୍ୟ ଦୁଲଣା ମଳିକ, ଅର୍ଥଙ୍ଗା ସରପଞ୍ଚ ପ୍ରତିଭା ମଳିକ, ଅତଲାପୁର ସରପଞ୍ଚ ଅନେସା କସର ଓ ବନ୍ଧଡିହ ସରପଞ୍ଚ ବିକ୍ରମ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଶିକ୍ଷାବିତ୍ ଫିରଦୋସ ଆଲାମ ଖାଁ ଅତିଥ୍ ପରିଚୟ ପ୍ରଦାନ କରିଥିବା ବେଳେ ଯୁବନେତା ସେକ୍ ସାବିର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସେକ୍ ଅଖ୍ତର ଅଲ୍ଲୀ (ଆବୁଲା), ଜୁଲଫିକର ଅଲ୍ଲୀ, ଇମତିୟାଜ ମହମ୍ମଦ, ସେକ୍ ଇସାକ ଖାଁ ସହଯୋଗ କରିଥିବା ବେଳେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଯୁବନେତା ରାକେଶ ଦେଓ ଓ ଶିକ୍ଷାବିତ୍ ରସିଦ ଖାଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।