ବରୀ(ରତ୍ନଗିରି ନ୍ୟୁଜ )୨୭/୦୧ :- ସଂର୍ଘଷରୁ ସଫଳତା ମିଳିଥାଏ । ସଠିକ୍ ଲକ୍ଷ୍ୟ ରଖି ଯଦି ରାସ୍ତା ଚାଲିବାକୁ ହୁଏ ତେବେ ଅନେକ ସଂର୍ଘଷର ସାମ୍ନା କରିବାକୁ ପଡେ ସତ କିନ୍ତୁ ସଫଳତା ମିଳିଥାଏ ବୋଲି ଯାଜପୁର ଜିଲ୍ଲା ହିସାବରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ ସଂଘର ବନ୍ଧୁ ମିଳନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର କୁଆଖିଆ ବଜାର ନିକଟସ୍ଥ ଅଭିମନ୍ୟୁ ସାମନ୍ତସିଂହାର ଭବନ ପରିସରରେ ଜିଲ୍ଲା ସଂଘର ବାର୍ଷିକ ବନ୍ଧୁମିଳନ ଉତ୍ସବ ସଂଘ ସଭାପତି ଡଃ ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ମନରେଗାର ଜିଲ୍ଲା ସଂଯୋଜକ ଚିନ୍ମୟ କୁମାର ସିଂହ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସାମାଜିକ ସମୀକ୍ଷକ ସତ୍ୟବ୍ରତ ବେହୁରା, ଏଡିଇଓ ସଂଘର ରାଜ୍ୟ ସଭାପତି ପ୍ରଭାତ କୁମାର ତିୱାରୀ, ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ସିଂହ, ଧର୍ମଶାଳା ଏପିଓ ବିଷ୍ଣୁଦତ୍ତ ଧଳ, ରସୁଲପୁର ଏପିଓ ସୂଚିସ୍ମିତା ଜେନା, ଦଶରଥପୁର ଏପିଓ ଭକ୍ତିଲତା ମହାରଣା, ରାଜ୍ୟ କୋଷାଧ୍ୟକ୍ଷ ଦେବାଶିଷ ରାଉତ, ଉପସଭାପତି ସୁରେଶ ପାଣିଗ୍ରାହୀ, ଢେଙ୍କାନାଳ ଜିଲ୍ଲା ସଭାପତି ମଳୟ କୁମାର ସାହୁ, କେନ୍ଦ୍ରପଡ଼ା ଜିଲ୍ଲା ସଭାପତି ଜ୍ୟୋତିରଂଜନ ପତି, ବରଗଡ ଜିଲ୍ଲା ସଭାପତି ଆଶିଷ ହୋତା, ପୁରୀ ଜିଲ୍ଲା ସମ୍ପାଦକ ଚନ୍ଦ୍ରକାନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇ ସଂଗଠନଟିଏ ତିଆରି ହୋଇଥାଏ ସାଂଗଠନିକ ଭାବେ ସମସ୍ତଙ୍କ ସୁଖଦୁଃଖରେ ସାଥି ହେବା ପାଇଁ l ନିଜର ନାର୍ଯ୍ୟଦାବି ପୂରଣ ପାଇଁ ଏକାଠି ଭାବେ ଲଢିବା ପାଇଁ । ଯାହା ଗ୍ରାମ ରୋଜଗାର ସେବକମାନେ ଦୀର୍ଘ ୧୭ବର୍ଷ ଧରି ସଂର୍ଘଷ କରି ଏବେ ନିୟମିତ ହୋଇଛନ୍ତି ।


ଏହା ସଂଗଠନର ସବୁଠୁ ବଡ ସଫଳତା ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ମା ବିରଜା, ପ୍ରଭୁ ଶ୍ରୀଜଗନ୍ନାଥ ଓ ସାରସ୍ୱତ ସାଧକ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଧର୍ମଶାଳା ବ୍ଲକ୍ ସଭାପତି କବି ପାଗଡ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ସଂଘର ବରିଷ୍ଠ ସଦସ୍ୟ ପଦ୍ମଲାଭ ମିଶ୍ର ବେଦପାଠ ପରିବେଷଣ କରିଥିଲେ ।


ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର କର୍ମକର୍ତ୍ତା, ନୂଆ କରି ବିଭିନ୍ନ ବ୍ଲକ୍ର ନେତୃତ୍ୱ ନେଇଥିବା ସଭାପତି ଓ ସମ୍ପାଦକ ଏବଂ ଜିଲ୍ଲାର ସଂଘର ପୂର୍ବତନ କାର୍ଯ୍ୟକର୍ତ୍ତା, ମନରେଗାରେ କାର୍ଯ୍ୟରତ ବିଭିନ୍ନ ବ୍ଲକ୍ରୁ ଆସିଥିବା କର୍ମଚାରୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ମା ବିରଜାଙ୍କ ଫଟୋଚିତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

