୨୦୧୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବରୀ(ରତ୍ନଗିରି ନ୍ୟୁଜ) : ନଦୀ ନାଳ ଘେରା ବରୀ ବ୍ଳକ ଅନ୍ତର୍ଗତ ଭଅଁରା ପଞ୍ଚାୟତସ୍ଥିତ ଭଅଁରା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରାୟପୁର ୨୦୧୦ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଥିଲା l ଏଥିରେ ଦିବଂଗତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅମର ଆତ୍ମାର ସଦଗତି ଲାଗି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବସନ୍ତ କୁମାର ଜେନା, ବିଜୟ କୁମାର ଜେନା, ନରେନ୍ଦ୍ର କୁମାର ପଣ୍ଡା, ଅରୁଣ କୁମାର ବିଶ୍ୱାଳ, ସୁନୀତି କୁମାର ସେଠି, ମନମୋହନ ମିଶ୍ର, ତନ୍ମୟୀ ଜେନା, ଶିକ୍ଷାକର୍ମଚାରୀ କୃପାସିନ୍ଧୁ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ରେ ସୁପ୍ରତିଷ୍ଠିତ ହେବା ପାଇଁ ଉଦବୋଧନ ଦେଇଥିଲେ। ଆଦର୍ଶ ଶିକ୍ଷକ ମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ଉପଢ଼ୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l

ଏଥିରେ ମନୋଜ କୁମାର ପଣ୍ଡା, ଅନନ୍ତ କୁମାର ଦାଶ, ରଞ୍ଜିତ ଜେନା, ମାଧବା ନନ୍ଦ ମଲ୍ଲିକ, ସଂଗ୍ରାମ କେଶରୀ ଜେନା, ସୁଶ୍ରୀ ସଂଗୀତା ଜେନା, ସ୍ନେହଲତା ପଣ୍ଡା, ଝିଲି ରାଣୀ ବେଉରିଆ, କାମିନୀ ବେହେରା, ପ୍ରଗତି ପାତ୍ର, ତାପସ କୁମାର ଷଡ଼ଙ୍ଗୀ, କାମିନୀ ବେହେରା, ସନ୍ଦୀପ କୁମାର ଓଝା, ସୁନିଲ କୁମାର ସ୍ୱାଇଁ, ଦିଲ୍ଲୀପ କୁମାର ସ୍ୱାଇଁ, ବିକାଶ ସ୍ୱାଇଁ, ରାକେଶ ଚନ୍ଦ୍ର ବାରିକ, ସତ୍ୟବ୍ରତ ଜେନା, ମଧୂସ୍ମିତା ବେହେରା, ମଧୂସ୍ମିତା କୁଣ୍ଡ, ଦୀପକ କୁମାର ଜେନା ପ୍ରମୁଖ ଛାତ୍ରଛାତ୍ରୀ ଯୋଗଦେଇ ବିଦ୍ୟାଳୟ ଜୀବନର ପୁରୁଣା ଅନୁଭୂତିକୁ ମନେପକାଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ ବାଣ୍ଟିଥିଲେ l ପରେ ଏକ ଭୋଜି ର ଆୟେଜନ କରାଯାଇଥିଲା l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *