ବରୀ(ରତ୍ନଗିରି ନ୍ୟୁଜ) : ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ଦିନ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜୟନ୍ତୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶରତ କୁମାର ଜେନା ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି, ମନ୍ମଥ କୁମାର ଜେନା, ନିମାଁଇ ଚରଣ ଲେଙ୍କା, ଗୁଣନିଧି ଜେନା, ସୁଧାଂଶୁ ଶେଖର ବାଗ୍, ସୃତି ପଟ୍ଟନାୟକ, ମନ୍ଦାକିନି ସାମନ୍ତରାୟ, ଗଣମାଧ୍ୟମ ପ୍ରତିନିଧି ଚୈତନ୍ୟ ଚରଣ ଜେନା, ସନ୍ତୋଷ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଭାରତର ମୁକ୍ତି ସଂଗ୍ରାମ କ୍ଷେତ୍ରରେ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଯେଉଁ ମହତ ଯୋଗଦାନ ଥିଲା ତାହା ଗୋଟିଏ ଜାତିକୁ ଶୀର୍ଷରେ ପହଞ୍ଚାଇବା ପାଇଁ କମ୍ ନଥିଲା ।
ବିର୍ସା ମୁଣ୍ଡାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆଜିର ଛାତ୍ରସମାଜ ଆଗେଇ ଆସିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଦିପ କୁମାର ମୁଦୁଲି ସଂଯୋଜନା କରିଥିବାବେଳେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା ।