କେନ୍ଦ୍ରାପଡା(ରତ୍ନଗିରି ନ୍ୟୁଜ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମ ପଞ୍ଚାୟତ ଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏହି ଚକ୍ଷୁ ପରୀକ୍ଷା ଶିବିରଟି ଇନ୍ଦୁପୁର ପଞ୍ଚାୟତ ଓ ଭୂମିକା ଚକ୍ଷୁ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ପ୍ରତିଷ୍ଠା ହୋଇଥିଲା। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ମୋତିଆ ବିନ୍ଦୁ ସହିତ ଅନ୍ୟାନ୍ୟ ଚକ୍ଷୁ ଜନିତ ରୋଗକୁ ମାଗଣାରେ ନିରୂପଣ କରିବା ଓ ରୋଗୀକୁ ସମ୍ପୁର୍ଣ୍ଣ ନିଶୁଳ୍କ ଅସ୍ତ୍ରୋପଚାର ସହିତ ଔଷଧ ଯୋଗାଇ ଦେବା ଏହି ଶିବିର ର ମୂଖ୍ୟ ଉଦେଶ୍ୟ ଥିଲା।ଏହି ଶିବିରରେ ମୋଟ 39 ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଭୂମିକା ଚକ୍ଷୁ ଡାକ୍ତରଖାନାର ର chm ଓ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ କୁମାର ସୁତାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
Related Stories
December 9, 2024
December 1, 2024