ମୟୁରଭଞ୍ଜ(ରତ୍ନଗିରି ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ସୀମାନ୍ତ ମହା ବିଦ୍ୟାଳୟ ପରିସରରେ ଜାତୀୟ ଯୁବ ପ୍ରକଳ୍ପ NYP ତରଫରୁ ସୀମାନ୍ତ ମହାବିଦ୍ୟାଳୟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ଏବଂ ଜାତୀୟ ଯୁବ ପ୍ରକଳ୍ପ ମୟୁରଭଞ୍ଜ ଶାଖାର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ବର୍ଗର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚକ୍ଷୁ ପରୀକ୍ଷା କରିବା ପରେ ସରକାରୀ ସୁବିଧା ପାଇବାପାଇଁ ପ୍ରଯୁଜ୍ୟ ଥିବା ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୮ ଜଣଙ୍କୁ ମାଗଣାରେ ଅସ୍ତ୍ରୋପଚାର ପାଇଁ ରାସଗୋବିନ୍ଦପୁର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଚିହ୍ନଟ ମାନଙ୍କୁ ରାସଗୋବିନ୍ଦପୁର ଚକ୍ଷୁ ଚିକିତ୍ସାଳୟକୁ ପଠେଇବାର ପ୍ରସ୍ତୁତି ଚାଲିଛି । ସରକାରୀ ସୁବିଧା ପାଉଥିବା ବ୍ୟକ୍ତିଙ୍କୁ ଚକ୍ଷୁ ପରୀକ୍ଷା କରାଇବା ସହ ମାଗଣାରେ ଚଷମା ବଣ୍ଟନ କରିବାର ବ୍ୟବସ୍ଥା ରହିଛି । ଏହି ଚକ୍ଷୁ ଶିବିର NYP ମୟୁରଭଞ୍ଜ ୟୁନିଟ ସହାୟତାରେ ୧୦୬ଜଣଙ୍କର ମୋତିଆ ବିନ୍ଦୁ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୨୮ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ । ସେମାନଙ୍କୁ NYP ମୟୁରଭଞ୍ଜ ଅନୁଷ୍ଠାନ ପକ୍ଷରୁ ମାଗଣାରେ ଅସ୍ତ୍ରୋପଚାର କରାଇବାକୁ ସଙ୍ଗଠନ ଦାୟିତ୍ବ ନେଇଥିବା ଜଣାପଡିଛି । ତେବେ ରାସଗୋବିନ୍ଦ ପୁରରୁ ଆସିଥିବା ଡାକ୍ତର ପ୍ରତାପ ଚନ୍ଦ୍ର ମହାନ୍ତ, ରଂଜିତା ମହାନ୍ତି, ପ୍ରମୋଦ କୁମାର ସେନାପତି, ଦୁଷ୍ମନ୍ତ ବେହେରା, କୋନୋକୋଲତା ନାଏକ, ଲଛମୋନ ମୁର୍ମୁ ଚକ୍ଷୁ ପରୀକ୍ଷା କରିଥିଲେ । ତୃତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୟୁରଭଞ୍ଜ NYP ସଦସ୍ୟ ମଳୟ କୁମାର ନାୟକ, ବାସୁଦେବ ପାତ୍ର, ଲମ୍ବୋଦର ନାୟକ, କୁଞ୍ଜବିହାରି ସେଠୀ, ଦୁର୍ଗା ପ୍ରସାଦ ମହାପାତ୍ର,ଅଶୋକ ପୃଷ୍ଟି, ସ୍ୱାଧୀନ ପରିଡା,ସୁମନ କୁମାର ସାହୁ,ରାଜେଶ କୁମାର ଭୂୟାଁ, କାଂଚନମାଲା ସାହୁ, ସଞ୍ଜୟ ଦାସ ବାବା, ଅଶ୍ୱନି ମହାନ୍ତ,ଭାଗିରଥି ପ୍ରହରାଜ,ଶିଶିର କୁମାର ପଟ୍ଟନାୟକ,ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହି ମହତ କାର୍ଯ୍ୟକୁ ପ୍ରସଙ୍ଗସା କରିଛନ୍ତି ।