ବରୀ(ରତ୍ନଗିରି ନ୍ୟୁଜ) :- ବରୀର ପ୍ରଗତି ପାଇଁ ସବୁ ସମୟରେ ସଂଗ୍ରାମ କରିବେ ବୋଲି ଶପଥ ନେଇ ଓଡ଼ିଶାର ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବରୀର ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କ ଦ୍ୱାରା ଶୁକ୍ରବାର ଦିନ ପ୍ରାୟ ୧୨କୋଟି ଟଙ୍କାର ଦୁଇଗୋଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ବିଧାୟକ ବିଶ୍ୱରଂଜନ ମଲ୍ଲିକ ୪କୋଟି ୪ଲକ୍ଷ ୯୪ ହଜାର ଟଙ୍କା ବ୍ୟୟରେ ବରୀ ବ୍ଲକ୍ ଅନ୍ତର୍ଗତ ବାଇଁଶ୍ରୀରିଆ ପଞ୍ଚାୟତର ବାଲିଆପାଳ ଛକ ଠାରୁ ସାରଙ୍ଗପୁର ପର୍ଯ୍ୟନ୍ତ ପ୍ରାୟ ଦୁଇ କି.ମି ୭୦୦ ମିଟର ରାସ୍ତା ପ୍ରଶସ୍ଥିକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ସେହିପରି ୭କୋଟି ୬୨ଲକ୍ଷ ୩୫ହଜାର ଟଙ୍କା ବ୍ୟୟ ଅଟକଳରେ ବଣବାବାଜି ମଠ ଠାରୁ କାଇପଡ଼ା ପର୍ଯ୍ୟନ୍ତ ୭କି.ମି ୩୭୦ମିଟର ରାସ୍ତର ପ୍ରଶସ୍ତିକରଣ କାର୍ଯ୍ୟର ଶିଳାନ୍ୟାସ କରି ବିଧାୟକ ଶ୍ରୀ ମଲ୍ଲିକ ବରୀର ଲାଇ୍ଭ ଲାଇନ ସହିତ ଏହି ଦୁଇଗୋଟି ରାସ୍ତା ଜଡିତ ହୋଇରହିଆସିଛି ।

ଉକ୍ତ ରାସ୍ତା ଦୁଇଟି ପ୍ରଶସ୍ତିକରଣ କରାଯିବା ଦ୍ୱାରା ସ୍ଥାନୀୟ ଲୋକମାନଙ୍କର ଗମନାଗମନ କ୍ଷେତ୍ରରେ ବହୁବିଧ ସୁବିଧା ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଭିନାଶ ବାରିକ, ସହକାରୀ ନିର୍ବାହୀଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହ ବରୀ ବ୍ଲକ୍ ଅଧକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବରୀ ବ୍ଲକ୍ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ,ଦିଲ୍ଲିପ ମହାନ୍ତି, ଯୁବନେତା ବୁଲୁ ଯାଦବ, ପ୍ରସନ୍ନ ସାମଲ, ସାମାଜିକକର୍ମୀ ଅରବିନ୍ଦ ମହାନ୍ତିଙ୍କ ସମତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟାମାନେ ଉପସ୍ଥିତ ଥିଲେ । ବିଧାୟକଙ୍କର ଏଭଳି ଉଦ୍ୟମକୁ ଉପସ୍ଥିତ ଶହ ଶହ ଜନସାଧାରଣ ଉଚ୍ଚ ପ୍ରଶଂସା କରିଥିଲେ ।