ପୂର୍ବତନ ଜିଲା ପରିଷଦ ସଭ୍ୟ କୁମାର ଜେନାଙ୍କ ପରଲୋକ

ବରୀ (ରତ୍ନଗିରି ନ୍ୟୁ): ବରୀ ବ୍ଲକ୍ ଅଞ୍ଚଳର ଜଣାଶୁଣା ରାଜନେତା, ପୂର୍ବତନ ଜିଲା ପରିଷଦ ସଭ୍ୟ କୁମାର ଜେନାଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ୨୦୧୨ରୁ୨୦୧୭ ପର୍ଯ୍ୟନ୍ତ ୨୨ନଂ. ଜୋନ୍‌ର ଜିଲା ପରିଷଦ ସଭ୍ୟଥିଲେ। ଏହାପୂର୍ବରୁ ମନ୍ଦାରି ସମବାୟ ସମିତିର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତା ଉମେଶ ଜେନା, ଗିରିଶ ରାୟ, ଦେବେନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି କେଦାର ସାମଲ, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ଦିଲୀପ କୁମାର ମହାନ୍ତି, ସରପଞ୍ଚ ଧୀରେନ୍ଦ୍ର ଜେନା, ନୃସିଂହ ବେହେରା, ପୁଷ୍ପଗିରି ପରିଷଦ ସଭାପତି ଦୁଃଖ୍ୟଶ୍ୟମ ଜେନା, ମୁକୁନ୍ଦ ସାମଲ ପ୍ରମୁଖ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ସ୍ବର୍ଗତ ଜେନାଙ୍କ ମରଶରୀରକୁ ଶୋଭାଯାତ୍ରାରେ ମନ୍ଦାରି ପଞ୍ଚାୟତ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ବଡ଼ପୁଅ କମଳାକାନ୍ତ ମୁଖଗ୍ନି ଦେଇଥିଲେ। ସ୍ବର୍ଗତ ଜେନାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ, ବ୍ଲକ ଅଧ୍ୟକ୍ଷ ନିଳମଣି ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *