ବାଲିଗୁଡା,(ରତ୍ନଗିରି ନ୍ୟୁଜ): ସମଗ୍ର କନ୍ଧମାଳ ଜିଲ୍ଲାରେ ବିଜେପିର ବୁଥ ଓ ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ନିର୍ବାଚନ ସାରିଥିବା ବେଳେ ଶୁକ୍ରବାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ବାଲିଗୁଡା ନଗର ଓ ଗ୍ରାମୀଣ ମଣ୍ଡଳ ର କିଛି ବୁଥ ସଭାପତିଙ୍କୁ ଫୁଲ ମାଳ ଦେଇ ସମ୍ବର୍ଦ୍ଧିତ କରି ସେମାନଙ୍କ ସାଙ୍ଗଠନିକ ମନୋବଳ କୁ ଦୃଢ କରିଛନ୍ତି । ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବାଲିଗୁଡା ନଗର ର ବଳରାମ ପ୍ରଧାନ ,ବିନୋଦ ନାୟକ ,ବିରଞ୍ଚି କଦମ ପାତ୍ର ,ପୁରୁଷୋତ୍ତମ ଡାକୁଆ ,ତରୁଣ ନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ବାଲିଗୁଡା ଗ୍ରାମୀଣ ବାରଖମା ମଣ୍ଡଳର ଶିବରାମ ମଲ୍ଲିକ ,ସପ୍ତେଶ୍ଵର ମଲ୍ଲିକ , ସଞ୍ଜୁକ୍ତା ମଲ୍ଲିକ ,ଶଙ୍କର ମଲ୍ଲିକ ସୋମନାଥ ମଲ୍ଲିକ ଓ ଭରତ ମଲ୍ଲିକ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମରେ ବାରଖମା ପୂର୍ବତନ ମଣ୍ଡଳ ସଭାପତି ଦ୍ଵିଜବର ମଲ୍ଲିକ ,ବରିଷ୍ଠ ବିଜେପି ନେତା ଦିଗାମ୍ବର ପାଣିଗ୍ରାହୀ, ରଞ୍ଜିତ ଚୌଧୁରୀ, ଅଭୟ ପାତ୍ର ,ସୂର୍ଯ୍ୟ ନାୟକ କାନ୍ତ ନାୟକ ,ଶ୍ରୀରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମାଝି କହିଛନ୍ତି ବୁଥ ର ସମସ୍ତ କାର୍ଯ୍ୟ କର୍ତ୍ତା ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଏକତା ମନୋଭାବ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସାଙ୍ଗଠନିକ ବ୍ୟବସ୍ତା କୁ ସୁଦୃଢ କରିବାକୁ କହିଥିଲେ ।

