ଭୁବନେଶ୍ଵର(ରତ୍ନଗିରି ନ୍ୟୁଜ) ତା.୧୪/୦୧: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଭ୍ରାତା ଶ୍ରୀ ବିହାରୀ ବିଶ୍ଵାଳ ଏବଂ ତାଙ୍କ ପୁତ୍ରବଧୂ ଶ୍ରୀମତୀ ଜ୍ୟୋତ୍ସ୍ନା ବିଶ୍ଵାଳ ନିଜ ସମର୍ଥକଙ୍କ ଗହଣରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବୀରମିତ୍ରପୁର ବିଧାୟକ ଶ୍ରୀ ଶଙ୍କର ଓରାମ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲା ସଭାପତି ମଙ୍ଗଳ ସାହୁ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଛନ୍ତି ।
ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ପ୍ରତି ସାଧାରଣ ଜନତାଙ୍କ ଆସ୍ଥା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଆଜିର ଏହି ଯୋଗଦାନ ପରେ ବିଜେପିର ସଂଗଠନ ଆହୁରି ସୁଦୃଢ ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଫଳାଫଳ ନିଶ୍ଚିତ ଭଲ ହେବ ବୋଲି ମିଳିତ ବିବୃତିରେ ବିଧାୟକ ଶ୍ରୀ ଓରାମ ଏବଂ ଶ୍ରୀ ତ୍ରିପାଠୀ କହିଛନ୍ତି ।