ସାନଖେମୁଣ୍ଡି(ରତ୍ନଗିରି ନ୍ୟୁଜ) ୨୧/୦୫: ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଥିବା ମାଁ ଠାକୁରାଣୀ ଯାତ୍ରାକୁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ଗ୍ରାମରେ ପ୍ରଥମ କରି ୧୬/୦୫/୨୦୨୨ ରେ ଆରମ୍ଭ ହୋଇ ୨୦/୦୫/୨୦୨୨ ରେ ମହାଆଡମ୍ବର ରେ ଉଦଯାପନ ହୋଇଯାଇଛି l ଆଜି ଅସ୍ଥାୟୀ ମଣ୍ଡପରୁ ମାଆଙ୍କୁ ପୂଜାଅର୍ଚନା କରିବା ପରେ ଗ୍ରାମଭ୍ରମଣ କରି ଆଣି ମାଆଙ୍କୁ ନିଜ ମନ୍ଦିରରେ ପ୍ରତ୍ୟାଗମନ କରାଯାଇଅଛି l ପ୍ରଥମ ଦିନ ମାଁ ଅସ୍ଥାୟୀ ମଣ୍ଡପକୁ ଆସିଥିବାବେଳେ ଦ୍ୱତୀୟ ଦିନ ଗ୍ରାମ୍ୟ ପରିକ୍ରମା କରିଥିଲେ l
ତୃତୀୟ ଦିନ ଅସ୍ଥାୟୀ ମଣ୍ଡପ ନିକଟରେ ସଂସୃତିକ ରାମାୟଣ ନାଚ ଅନୁଷ୍ଠିତ ହୋଇଥିବା ବେଳେ ଚତୁର୍ଥ ଦିନ ଭରାତଲୀଳା ନାଟକ ଓ ପଞ୍ଚମ ଦିନ ସନ୍ଧ୍ୟାରେ ମାଁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରି ରାତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଶ୍ରୀ ମାଁ ବୁଢ଼ୀଠାକୁରାଣୀ ଆଶ୍ରିବାଦରୁ ୫ ଦିନ ଯାତ୍ରା ଅତି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ, ପଳାସପୁର ଗ୍ରାମବାସୀ, ଯୁବ ଭଲେଣ୍ଟର, ଅନ୍ୟ ସହଯୋଗୀ, ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ କରିଛନ୍ତି ଯାତ୍ରା କମିଟିର ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଉପସଭାପତି ବିଜୟ ମହାପାତ୍ର, ସମ୍ପାଦକ ଜି ସଞ୍ଜୟ କୁମାର ରେଡ୍ଡୀ, ସାହସମ୍ପାଦକ ପଦ୍ମନାଭ ଗୌଡ଼, କୋଷାଧକ୍ଷ ନୀଳମାଧଵ ସାହୁ ଉକ୍ତ ଯାତ୍ରାକୁ ପରିଚାଳନା କରୁଥିବାବେଳେ ଉପଦେଷ୍ଟା ଭାବେ ଗ୍ରାମର ପଞ୍ଚାନନ ଅଚାରୀ, ରବୀନ୍ଦ୍ର ବେହେରା, ହରିହର ପାତ୍ର, ବାଳକୃଷ୍ଣ ଚୌଧୁରୀ,ସରପଞ୍ଚ ଜାଗିଲି ସେଠୀ, ଶୁକଦେବ ରେଡ୍ଡୀ,ଅଶୋକ ସାହୁ, ଗୋପୀନାଥ ପାତ୍ର l