ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) :-ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପରିସ୍ଥିତି ଦାଉରୁ ଧନଜୀବନ ସହ କୃଷି ଭିତ୍ତିକ ଚାଷଜମି ନଷ୍ଟ ନ ହେବା ଏବଂ ଖରିଫ ଋତୁରେ ଚାଷଜମିରେ ସୁଜଳସେଚନ ବ୍ୟବସ୍ଥା ଗଞ୍ଜାମ ଜିଲ୍ଲା ପାଇଁ ଚିନ୍ତା କରିଆସୁଛନ୍ତି । ଫଳରେ ହିଞ୍ଜିଳି ,ଛତ୍ରପୁର ଓ ଖଲିକୋଟ ବିଧାନସଭା କ୍ଷେତ୍ରରେ ବହୁ ଗ୍ରାମ ପାଇଁ ହିଞ୍ଜିଳି ବିଧାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର କୃଷକଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଯାଦ୍ବାରା ଚାଷକାମରେ କୃଷକଙ୍କ ଓ ବନ୍ୟା ପରିସ୍ଥିତି ସୃଷ୍ଟିରେ ନିୟନ୍ତ୍ରଣ କରିବା ସମ୍ଭାବନାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏ ପ୍ରରିପେକ୍ଷୀରେ ବୁଧବାର ଦିନ ବ୍ରହ୍ମପୁର ଜଳସମ୍ପଦ ବିଭାଗ ତରଫରୁ ୯୯କୋଟି ୫୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବନ୍ୟା ପ୍ରତିରୋଧ ପ୍ରକଳ୍ପ କୁ ଗଞ୍ଜାମ ଜିଲ୍ଲାପାଳ ଉଦଘାଟନ କରିଛନ୍ତି ।ଅଧିକ୍ଷଣ ଯନ୍ତ୍ରୀ ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମ ରେ ହିଞ୍ଜିଳି ଅଞ୍ଚଳରେ ଜୈନିକ କୃଷକ ଶିଳାନ୍ୟାସ କରିଥିଲେ ।ପ୍ରକଳ୍ପ ରେ ସମୁଦାୟ୨୯୯୦ ହେକ୍ଟର ଚାଷଜମି ବନ୍ୟା ଜଳ ପ୍ରକୃତିକ ବିପର୍ଯ୍ୟୟ ରୁ ସୁରକ୍ଷିତ ସହ ୭୩୫୦ ହେକ୍ଟର ଚାଷଜମି ର ଜଳସେଚନ ସୁବିଧା ସୁଯୋଗ ମିଳିପାରିବ ନେଇ ବିଭାଗ ପକ୍ଷରୁ କୁହାଯାଇଛି ।ପ୍ରକଳ୍ପ ମଧ୍ୟରେ ଜୟ ମଙ୍ଗଳ କେନାଲ ର ପୁନୁରୁଦ୍ଧାର ଓ କରାତଳି ଏବଂ ସରଭିମପୁର ବନ୍ୟା ପ୍ରତିରୋଧ କେନାଲ, ଗାଧୁଆ ତୁଠ ,ପଥର ବନ୍ଧେଇ ଓ ପାଦଚଲା କ୍ଷୁଦ୍ର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ବିଭାଗୀୟ ପକ୍ଷରୁ କୁହାଯାଇଛି । ଏହା ହିଞ୍ଜିଳି ଠାରୁ ଆରମ୍ଭ ହୋଇ ତରାତାରଣୀ ଦେଇ ଛତ୍ରପୁର ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ଦୂରତା ପର୍ଯ୍ୟନ୍ତ କାର୍ଯ୍ଯକାରୀ ହେବ । ଏହି କାର୍ଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌରଧିକାରୀ ଡ଼.ମନୋରଞ୍ଜନ ସାହୁ , ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଜଳସମ୍ପଦ ବିଭାଗୀୟ ଅଧିକାରୀ ବୃନ୍ଦ , ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ , ହିଞ୍ଜିଳି ବ୍ଳକ ମୁଖ୍ୟମନ୍ତ୍ରୀ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ ପ୍ରମୁଖଙ୍କ ସହ ହିଞ୍ଜିଳି ବ୍ଳକର ବିଜେଡି ଦଳର ସମସ୍ତ ବରିଷ୍ଠ ନେତା ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
Related Stories
December 9, 2024
December 1, 2024