ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଂଚିକୁ ବିମାନ ଚଳାଚଳ ସୁବିଧା ଉପଲବ୍ଧ ହେବ। ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଂଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳପ୍ରଚଳ ହେବ। ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ। ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ଏହି ମାର୍ଗ ପାଇଁ କମ୍ପାନୀ ପକ୍ଷରୁ ମୁତୟନ କରାଯାଇଛି। ଏହି ବିମାନ ଚଳପ୍ରଚଳ କରିବା ଦ୍ୱାରା ରାଂଚି ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ପାଇଁ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ। ଅବଶ୍ୟ ଏବେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ପ୍ରଭାବିତ ହୋଇଛି ଓ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା ଜଣାପଡ଼ିଛି।
Related Stories
December 1, 2024
November 25, 2024