ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ସାହୁପଡା ପଞ୍ଚାୟତରେ ପ୍ରଥମ ବିଶ୍ଵ ଓଡ଼ିଆ ସମ୍ମିଳନୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଞ୍ଜୟ କୁମାର ସେଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ମମତା ଜେନା ଯୋଗ ଦେଇ ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ଦିଗରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅକ୍ଷୟ କୁମାର କର, ଗୋମତୀ ପଣ୍ଡା, ଶୁକଦେବ ସାହୁ, ପଦ୍ମନାଭ ସାହୁ, କପିଳ ଚରଣ ଓଝା, ଗୀତାଞ୍ଜଳି ପରିଡା, ଲକ୍ଷ୍ମୀପ୍ରିୟା ଧଳ, ସଙ୍କର୍ଷଣ କରଙ୍କୁ ମାନପାତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ପୁଷ୍ପଗିରି ଉଚ୍ଚ ବିଦ୍ୟାଳୟ, ସାହୁପଡ଼l ଧାରପୁର ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ l
Related Stories
December 1, 2024
November 25, 2024