ଭଦ୍ରକ(ରତ୍ନଗିରି ନ୍ୟୁଜ) : ମାଆ ଓ ପୁଅକୁ ହତ୍ୟା କଲା ବାପା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, କୁଶଗଡ଼ିଆରେ ଏକ ଭଡ଼ା ଘରେ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହରୁ ମାଆ ଓ ପୁଅକୁ ବାପ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ବାପା ଫେରାର ହୋଇଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜଖୋଜି କରି ଅଟକ ରଖିଛି ।ତେବେ ଅଟକ ଥିବା ଅଭିଯୁକ୍ତଙ୍କ ନାମ ଉମେଶ ନାୟକ ବୋଲି ଜଣାପଡିଛି । ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ପାଖରେ ପୋଲିସ ପହଞ୍ଚିଛି । ସମସ୍ତେ ବନ୍ତ ଅଞ୍ଚଳର ହୋଇଥିବା ବେଳେ କୁଶଗଡିଆ ଗାଁରେ ଭଡ଼ାରେ ରହୁଥିଲେ ।
Related Stories
December 1, 2024
November 25, 2024