ବରୀ(ରତ୍ନଗିରି ନ୍ୟୁଜ):-ପିଛା ଛାଡୁନି ଧାରପୁର ସମବାୟ ସମିତି ସମସ୍ୟା । କେତେବେଳେ ଶହ ଶହ ବସ୍ତା ଧାନ ମଣ୍ଡିରେ ଗଦା ଦେବାକୁ ନେଇ ଚାଷି ଉତ୍ୟକ୍ତ ହେବା ଘଟଣା ହେଉ କି ଚଳିତ ବର୍ଷ ଧାନ ବିକ୍ରି ହୋଇ ନପାରିବା ଘଟଣା । ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର କୃଷି ସମବାୟ ସମିତି ସମ୍ପାଦକଙ୍କ ମନମୁଖି କାର୍ଯ୍ୟ ଓ ଅପାରଗତା ଯୋଗୁ ଧାନ ବିକ୍ରି ନକରିପାରି ଚାଷିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋମବାର ସକାଳେ ଚାଷିମାନେ ସମବାୟ ସମିତି ଆଗରେ ପହଞ୍ôଚ ଧାରଣା ଦେଇଥିଲେ । ଘଟଣା ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଆମ୍ଭେ ସମ୍ପାଦକଙ୍କ ସହ ଯୋଗାଯୋଗ କରିଥିଲୁ । ତେବେ ସେ ୨ଟି ସମିତି ଦାୟିତ୍ୱରେ ଥିବାରୁ କାର୍ଯ୍ୟ ଠିକଣା ଭାବରେ କରିପାରୁନାହାନ୍ତି ବୋଲି କହିଥିଲେ । ତେବେ ଚାଷୀଙ୍କ କହିବା କଥା ବାରମ୍ବାର ସମିତିକୁ ଆସି ଧାନ ବିକିବା ନେଇ ନିଜର ନାମ ପଞ୍ଜିକରଣ କରିବା ପାଇଁ କହିଥିଲେ ମଧ୍ୟ କତ୍ତୃପକ୍ଷ ସେମାନଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । ଯାହା ଫଳରେ ଚାଷୀମାନେ ଧାନକୁ ବିକି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ଏମିତିକି ଶାଗ ମାଛ ମୂଲ୍ୟ ଦରରେ ସେମାନଙ୍କ ଉପ୍ତାଦିତ ଧାନକୁ ହଜାର ରୁ ଏଗାର ଶହ ଦରରେ ମିଲର ମାନଙ୍କୁ ବିକିଥିବା କହିଛନ୍ତି । ଏ ସମ୍ପର୍କରେ ଆମେ ସମିତିରେ ଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପଚାରିଥିଲେ ବି ସେ ଏ ବିଷୟରେ କହିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ତେବେ ଯେ ପର୍ଯ୍ୟନ୍ତ ଚାଷୀମାନଙ୍କର ଧାନ ସରକାର କିଣି ନାହାଁନ୍ତି କୃଷି ଋଣ ପ୍ରଦାନ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ସମବେତ ଚାଷିମାନେ ଧମକ ଦେବା ପରେ ସମବାୟ ସମିତି ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଓ ଡିଇଓ କାର୍ଯ୍ୟାଳୟ ତାଲା ପକାଇ ଚାଲିଯାଇଥିଲେ । ତୁରନ୍ତ ଏ ଦିଗରେ ବହିତ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମି ଦିନରେ ଆନ୍ଦୋଳନକୁ ତିବ୍ର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଚାଷିମାନଙ୍କ ପକ୍ଷରୁ ହୃଷିକେଶ ଜେନା, ଧରଣୀଧର ପରିଡ଼ା, ଭୀମସେନ ଜେନା, ପର୍ଶୁରାମ ପରିଡା, ରାଜେଶ ଜେନା, ଦେବାଶିଷ ସାମଲ, ରାକେଶ ପରିଡା, ଅଜିତ୍ ଜେନା, ପଙ୍କଜ କୁମାର ଜେନା, ବିକ୍ରମ କେଶରୀ ଜେନା, ମନୋରଂଜନ ସାମଲ, ଭଗବାନ ସାମଲ, ଦେବେନ୍ଦ୍ର ଜେନା, ଚନ୍ଦ୍ରମଣୀ ଜେନା, ନିର୍ମଳ ଜେନା, ଅରୁଣ ଜେନା, ହିମାଂଶୁ ଶେଖର ଜେନା, ନବ କିଶୋର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 1, 2024
November 25, 2024