ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ)୮/୧ : ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟର ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଦାଲତକୁ ବଦଳି ହୋଇଯାଇଛି । ବିଚାରପତି ଶ୍ରୀମତୀ ପଟ୍ଟନାୟକ ବିଗତ ଦୁଇ ବର୍ଷରୁ ଅଧିକ ଦିନଧରି ହିଞ୍ଜିଳିକାଟୁ ଅଦାଲତରେ ବିଚାରପତି ରୂପେ କାର୍ଯ୍ୟରତ ଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ଓକିଲ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓକିଲ ସଙ୍ଘ ସଭାଗୃହରେ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦାୟ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ,ସଙ୍ଘ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ, ଉପସଭାପତି ଉପେନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ବଂଶୀଧର ସାହୁ ମଞ୍ଚାସୀନ ଥିଲେ। ହିଞ୍ଜିଳିକାଟୁ ଅଦାଲତରେ କାର୍ଯ୍ଯରତ ଅବସରରେ ଅନେକ ଅଭିଜ୍ଞତା ଓ ସଫଳତା ମିଳିଛି ବୋଲି ବିଚାରପତି ଶ୍ରୀମତୀ ପଟ୍ଟନାୟକ ନିଜର ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମୁକ୍ତିରାମ ସାବତ, ନୃସିଂହ ପ୍ରସାଦ ପଟ୍ଟନାୟକ, ରାମଚନ୍ଦ୍ର ମହାପାତ୍ର, ଜଗତ ମୋହନ ସାହୁ, ତିରମଲ ପାତ୍ର, ମାନସ ରଞ୍ଜନ ପାଢ଼ୀ ପ୍ରମୋଦ ଦଳାଇ ସାନ୍ତୁନୁ ପୋଲାଇ ,ମହେନ୍ଦ୍ର ପାତ୍ର ,ନିରଞ୍ଜନ ସାହୁ, ବିନାୟକ ପଟ୍ଟନାୟକ, ଚିତ୍ତରଞ୍ଜନ ମହାରଣା, ଟୁନା ସେଠି କୈଳାଶ ସାହୁ ,ଉମେଶ ସାହୁ ଏବଂ ଶିବରାମ ପଣ୍ଡାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।
ରିପୋର୍ଟ :-ରଂଜିତ କୁମାର ପୋଲାଇ